ତୁରୁମୁଙ୍ଗା ଓ ମୁରୁସୁଆଁ କାଳୀପୂଜା

ପାଟଣା: କୋଭିଡ କଟକଣା ଭିତରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ତୁରୁମୁଙ୍ଗାର ମା’ ଶ୍ୟାମାକାଳୀଙ୍କ ପୂଜା । ଚଳିତ ବର୍ଷ ତୁରୁମୁଙ୍ଗା ବଜାର କାଳୀପୂଜା କମିଟି ପକ୍ଷରୁ ତୋରଣ ସାଜସଜ୍ଜା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ବାତିଲ କରାଯାଇଥିବା ବେଳେ ପୂଜା ମଣ୍ଡପରେ ସୀମିତ ଲୋକଙ୍କ ଦ୍ଵାରା ସାମାଜିକ ଦୂରତା ରଖାଯାଇ ମା’କାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି । ବିଳମ୍ବିତ ସନ୍ଧ୍ୟାରେ ନିକଟସ୍ଥ ବୈତରଣୀ ନଦୀରୁ କଳସ ଆଣିବା ପରେ ମଧ୍ୟରାତ୍ରୀରେ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜା କାର୍ୟ୍ୟ ସମ୍ପର୍ଣ୍ଣ ହୋଇଛି । ଏଠାରେ ପୂଜକ ବାପି ପଣ୍ଡା ପୂଜାର୍ଚ୍ଚନା କରୁଥିବା ବେଳେ ରମେଶ ପୃଷ୍ଟି କର୍ତ୍ତା ଭାବେ ପୂଜା କାର୍ୟ୍ୟ ତୁଲାଇଛନ୍ତି ।

ସେହିପରି ପାଟଣା ବ୍ଲକ ମୁରୁସୁଆଁରେ ଚଳିତ ବର୍ଷ କୋଭିଡ ନିୟମାନୁଯାୟୀ ମା’ ସିଦ୍ଧକାଳୀଙ୍କ ପୂଜାର୍ଚ୍ଚନା କରାଯାଇଛି। ସରକାରଙ୍କ ଦ୍ଵାରା ଜାରି ହୋଇଥିବା ନିୟମ ଅନୁଯାୟୀ ପୂଜା ମଣ୍ଡପରେ ସିମୀତ ଲୋକଙ୍କ ଦ୍ଵାରା ସାମାଜିକ ଦୂରତା ରଖାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି । ଗତ ବିଳମ୍ବିତ ସନ୍ଧ୍ୟାରେ କଳସ ଆଣିବା ପରେ ମଧ୍ୟ ରାତ୍ରୀରେ ପୂଜା କାର୍ୟ୍ୟ ସମ୍ପର୍ଣ୍ଣ ହୋଇଛି । ପୂଜକ ଧର୍ମାନନ୍ଦ ମିଶ୍ର, ଅଜୟ ମିଶ୍ର ଓ ପ୍ରମୋଦ ମିଶ୍ର ଙ୍କ ଦ୍ଵାରା ପୂଜା କାର୍ୟ୍ୟ କରାଯାଉଥିବା ବେଳେ ସତ୍ୟବ୍ରତ ସାହୁ ସପତ୍ନୀକ ପୂଜାରେ କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପୂଜା କମିଟିର ସଭାପତି ବୈରାଗୀ ଚରଣ ସାହୁ, ସଂପାଦକ ଅଶ୍ବିନୀ କୁମାର ସାହୁଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏଠାରେ ମା’ ସିଦ୍ଧ କାଳୀଙ୍କ ପୂଜା ସମ୍ପନ୍ନ ହୋଇଛି ।

Comments are closed.