ତୁରୁମୁଙ୍ଗାରେ ତିନି ଘଣ୍ଟିଆ ବନ୍ଦ ପାଳନ

ପାଟଣା : କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ତୁରୁମୁଙ୍ଗାରେ ତିନି ଘଣ୍ଟିଆ ଚକ ଅଖ ଯାମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୪୯ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ଛକ ନିକଟରେ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜିକା ବିଳାସିନୀ ମହାନ୍ତଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇ ଚାଷୀ ଆନ୍ଦୋଳନକୁ ଆଗକୁ ନିଆଯିବ ବୋଲି ସୂଚନା ଦେଇଥିଲେ। ଅନ୍ୟତମ ସହ ସଂଯୋଜକ ଖଗେଶ୍ବର ମହାନ୍ତ, ବ୍ଲକ ସଂଯୋଜକ ରାଜ ବଲ୍ଲଭ ମିଶ୍ର, ବିଚିତ୍ର ମହାନ୍ତ, କୁଶଧୂଜ ନାୟକ, ଉମାକାନ୍ତ ମହାନ୍ତ, ଲୀଳାବତୀ ମହାନ୍ତ ପ୍ରମୁଖ ଅନ୍ୟମାନେ ରାସ୍ତା ରୋକ କାର୍ୟ୍ୟକ୍ରମରେ ସାମିଲ ଥିଲେ।

Comments are closed.