MEllora 950×100

ହଳଦୀର ଉପାୟ; ସୁଖସମୃଦ୍ଧି ବୃଦ୍ଧି ସହ ଦୂର ହେବ ଆର୍ଥିକ ସମସ୍ୟା

ସଭିଁଙ୍କ ଘରେ ହଳଦୀ ଉପଲବ୍ଧ। ଏହାର ବ୍ୟବହାର ମଧ୍ୟ ବିଭିନ୍ନ ବ୍ୟଞ୍ଜନରେ କରାଯିବା ସାଧାରଣ କଥା। ଏହାକୁ କେବଳ ମସଲା ରୂପେ ନୁହେଁ ବରଂ ଏହାର ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ପାଇଁ ଏହା ଯେତେ ଉପକାରୀ, ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ସେତେ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ବିବାହ ସମୟରେ ବର-ବଧୂଙ୍କୁ ହଦଳୀ ଲଗାଇବାର ପରମ୍ପରା ରହିଛି। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ବର-ବଧୂଙ୍କ ଉପରେ ନଜର ଲାଗିନଥାଏ। ଏହାସହ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ଲାଭଦାୟକ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଳଦୀର ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ବୋଲି କୁହାଯାଏ। ତେବେ ଜାଣନ୍ତୁ ଜୀବନରେ ଖୁସି ଭରିବା ପାଇଁ ଓ ସମସ୍ୟା ଦୂର ପାଇଁ ହଳଦୀ ସହ ଜଡିତ କିଛି ଉପାୟ..
ଧାର୍ମିକ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦୀ ଅର୍ପଣ କରନ୍ତୁ। ଏହା ଶୁଭଫଳ ପ୍ରଦାନ କରିଥାଏ। ଭଗବାନ ବିଷ୍ଣୁ ପ୍ରସନ୍ନ ହେଲେ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଟଙ୍କାର ଅଭାବ ହୋଇନଥାଏ।
ଘରୁ କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯାଉଥିଲେ, ବିଶେଷ କରି ଗୁରୁବାର ଦିନ ଘରୁ ବାହାରକୁ ଯିବା ସମୟରେ ହଳଦୀ ଟିକା ଭଗବାନ ଗଣେଶଙ୍କୁ ଲଗାନ୍ତୁ। ଏହାଦ୍ୱାରା ଶୁଭ କାର୍ଯ୍ୟରେ ସଫଳତା ମିଳିଥାଏ।
ହଳଦୀର ସମ୍ବନ୍ଧ ଗୁରୁ ବୃହସ୍ପତିଙ୍କ ସହ ଜଡିତ ବୋଲି କୁହାଯାଏ। ଦେବ ଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦୀ ରଙ୍ଗର ଜିନିଷ ବୁଟ ଡାଲି, ହଳଦିଆ ବସ୍ତ୍ର, ବେସନ ଲଡୁ, ହଳଦୀର ଦାନ କରନ୍ତୁ। ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ।

Comments are closed.