ଗୁଣକାରୀ ହଳଦୀ ତେଲ

ଭାରତର କେତେକ ପ୍ରାନ୍ତରେ ହଳଦୀ ତେଲ ରନ୍ଧା ଖାଦ୍ୟକୁ ପ୍ରାଥମିକତା ଦିଆଯାଇଥାଏ। ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ତେଲ ମିଳୁଛି। ସେସବୁ ତୁଳନାରେ ହଳଦୀ ତେଲ ଅଧିକ ଉପଯୋଗୀ।
– ବିଶେଷଜ୍ଞଙ୍କ ମତରେ ଶୁଦ୍ଧ ହଳଦୀରେ ଯେପରି ପୋଷକତତ୍ତ୍ବ ଭରପୂର ରହିଛି, ହଳଦୀ ତେଲ ମଧ୍ୟ ସେହିପରି ଗୁଣକାରୀ। ଔଷଧୀୟ ଗୁଣର ଭଣ୍ଡାର ଭାବେ ଜଣାଯାଉଥିବା ହଳଦୀ ତେଲ ରନ୍ଧା ଖାଦ୍ୟ ଖାଇଲେ ହାଡ଼ ଗୋଡ଼ ଦରଜ, ମାଂସପେଶୀ ବ୍ୟଥା କମ୍ ହୋଇଥାଏ।
– ଏହି ତେଲ ରନ୍ଧା ଖାଦ୍ୟ ସେବନ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ଭାବେ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ହଳଦୀ ତେଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

– ହଳଦୀ ତେଲକୁ ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ ମଧ୍ୟ ବ୍ୟବହାର କରିପାରିବେ। କବକବିହୀନ ହଳଦୀ ତେଲ ପାଚନ ତନ୍ତ୍ର ଉତ୍ତମ ରଖିବାରେ ସହାୟକ ହୋଇଥାଏ। n

Comments are closed.