ସ୍ୱାସ୍ଥ୍ୟ ଉପକାରୀ ହଳଦୀ ତେଲ

ହଳଦୀ ସଭିଁଙ୍କ ଘରେ ଉପଲବ୍ଧ। ପ୍ରତ୍ୟେକ ରୋଷଇରେ ଏହା ମୁଖ୍ୟ ଭାବେ ବ୍ୟବହାର କରାଯାଇଥାଏ। ଏହାର ବହୁ ଔଷଧୀୟ ଗୁଣ ରହିଛି। ଯାହା ଅଳ୍ପେ ବହୁତେ ସଭିଏଁ ଜାଣନ୍ତି। ହଦଳୀ ଯେତେ ଉପକାରୀ ଏହାର ତେଲ ମଧ୍ୟ ସେତେ ଉପକାରୀ।
ଏହା ସ୍ୱାସ୍ଥ୍ୟ ଜନିତ ଓ ତ୍ୱଚା ଜନିତ ବହୁ ସମସ୍ୟାକୁ ଦୂର କରିଥାଏ। ଏହାକୁ ଆୟୁବୈଦିକ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।
ଯେପରି ହଳଦୀ ଲଗାଇବା ଦ୍ୱାରା ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଥାଏ, ସେହିପରି ହଳଦୀ ତେଲର ମଧ୍ୟ ତ୍ୱଚା ପାଇଁ ଲାଭଦାୟକ। ଏହା ତ୍ୱଚାକୁ କୋମଳ କରିଥାଏ। ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ବିଭିନ୍ନ ଦାଗ ଦୂର ସହ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
ହଳଦୀରେ ଥିବା ଗୁଣ ରୋଗପ୍ରତିରୋଧକ କ୍ଷମତାକୁ ମଜଭୂତ କରିଥାଏ। ହଳଦୀ ତେଲର ବ୍ୟବହାର ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ସଠିକ ରକ୍ତ ସଞ୍ଚାଳନ ହେତୁ ଶରୀରରେ ଅମ୍ଳଜାନ ସ୍ତର ସଠିକ ରହିଥାଏ।
ହଳଦୀ ତେଲ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ। ଶରୀର ବ୍ୟଥା ହେଉଥିଲେ ହଳଦୀ ତେଲ ମାଲିସ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

Comments are closed.