ହଳଦୀ କ୍ଷୀର ପିଇବାର ସଠିକ୍ ସମୟ

ଅନେକ ଲୋକ ଭାବନ୍ତି ଯେ ଜଳଖିଆ ସହିତ କ୍ଷୀର ପିଇବା ଭଲ। ସେହିପରି ଅଧିକାଂଶ ଲୋକ ରାତିରେ ଏହାକୁ ପିଇବାକୁ ଯଥାର୍ଥ ବୋଲି ମନେ କରନ୍ତି। ଯଦିଓ ଦିନରେ କ୍ଷୀର ପିଇବା ଦ୍ବାରା ଦିନସାରା ଶରୀରକୁ ଶକ୍ତି ମିଳିଥାଏ। ସେହିପରି ରାତିରେ କ୍ଷୀର ପିଇବା ଦ୍ବାରା, ଏହା ମନକୁ ଶାନ୍ତି ମିଳିବା ସହ ଭଲ ନିଦ ମଧ୍ୟ ହୋଇଥାଏ। ରାତିରେ କ୍ଷୀର ପିଇବା ସର୍ବୋତ୍ତମ ସମୟ ବୋଲି ଆୟୁର୍ବେଦରେ କୁହାଯାଇଛି।

ତେବେ ଆସନ୍ତୁ ଜାଣିବା କେର୍ଉଁ ସମୟରେ କ୍ଷୀର ପିଇଲେ କି ଲାଭ ମିଳେ

ସକାଳ: ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ସକାଳେ କ୍ଷୀର ପିଇବାକୁ ନିଷେଧ କରାଯାଇଛି। କିନ୍ତୁ ବିଶ୍ୱାସ କରାଯାଏ ଯେ ଏହି ସମୟରେ କ୍ଷୀର ପିଇବା ଦ୍ୱାରା ଦିନସାରା ଶରୀରରକୁ ଶକ୍ତି ମିଳିଥାଏ।

ଅପରାହ୍ନ: ଅପରାହ୍ନରେ କ୍ଷୀର ପିଇବା ବୃଦ୍ଧମାନଙ୍କ ପାଇଁ ଲାଭଦାୟକ। କାରଣ ଏହା ଶରୀରକୁ ଶକ୍ତି ଦେଇଥାଏ।

ସନ୍ଧ୍ୟା: ସନ୍ଧ୍ୟାରେ କ୍ଷୀର ପିଇବା ଆଖି ପାଇଁ ବହୁତ ଭଲ ବୋଲି କୁହାଯାଏ।

ରାତି: ରାତିରେ କ୍ଷୀର ପିଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କାରଣ ଏହା ଦିନସାରା ଶରୀରର ଥକ୍କାପଣକୁ ଦୂର କରିଥାଏ ଏବଂ ଭଲ ନିଦ ଦେଇଥାଏ।

Comments are closed.