ବର୍ତ୍ତମାନ ସମୟରେ ପିଅନ୍ତୁ ହଳଦୀ କ୍ଷୀର, କରୋନାରୁ ବର୍ତ୍ତିବା ପାଇଁ ମିଳିବ ଶକ୍ତି

କ୍ଷୀର ପିଇବା ଲାଭଦାୟକ। କ୍ଷୀରରେ ଭିଟାମିନ୍ ଏ, କେ ଏବଂ ବି ୧୨, ଥାଇମିନ୍ ଏବଂ ନିକୋଟିନିକ୍ ଏସିଡ୍, କ୍ୟାଲସିୟମ୍, ଫସଫରସ୍, ସୋଡିୟମ୍ ଏବଂ ପୋଟାସିୟମ୍ ପରି ଖଣିଜ ପଦାର୍ଥ ରହିଥାଏ। ଯାହା ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି କରାଇଥାଏ। ଯଦି ଏଥିରେ ହଳଦୀ ମିଶାଯାଏ, ଏହାର ଶକ୍ତି ଦ୍ବିଗୁଣ ହୋଇଥାଏ। ସେଥିପାଇଁ ଅଧିକାଂଶ ଲୋକ ଶୀତ ଦିନରେ ହଳଦୀ କ୍ଷୀର ପିଅନ୍ତି।

– ପ୍ରତିଦିନ ହଳଦୀ କ୍ଷୀର ପିଇବା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ମିଳିଥାଏ। କ୍ୟାଲସିୟମ୍ ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିଥାଏ। ହଳଦୀ କ୍ଷୀର ଅଷ୍ଟିଓପୋରୋସିସ୍ ରୋଗୀଙ୍କୁ ବହୁତ ଆରାମ ଦେଇଥାଏ।

– ହଳଦୀ କ୍ଷୀର ପିଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମିଯାଏ ଏବଂ ମାଂସପେଶୀ ଶକ୍ତ ହେବାରେ ସହାୟକ ହୁଏ।

– ଆୟୁର୍ବେଦରେ ହଳଦୀ କ୍ଷୀର ଶରୀରକୁ ବିଷାକ୍ତମୁକ୍ତ କରିଥାଏ ବୋଲି କୁହାଯାଏ। ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଏବଂ ଯକୃତକୁ ସଫା କରିବାରେ ସହାୟକ ହୁଏ।

-ଯଦି ଆପଣ ପେଟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ହଳଦୀ କ୍ଷୀର ସାହାଯ୍ୟକାରୀ ହୋଇପାରେ।

– ହଳଦୀ କ୍ଷୀର ପିଇବା ଦ୍ୱାରା କାନ ଯନ୍ତ୍ରଣା ଦୂର ହୋଇଥାଏ। ସେହିପରି ରକ୍ତ ସଞ୍ଚାଳନ ସଠିକ୍ ହୋଇଥାଏ।

Comments are closed.