ଓଜନ କମାଇବ ହଳଦୀ

ମୋଟାପଣ ବା ଓଜନ ବୃଦ୍ଧିକୁ ନେଇ ଆଜିକାଲି ଅନେକ ଲୋକ ଚିନ୍ତିତ। ଏକ ପତଳା ଚେହରା ପାଇବାକୁ କେତେ ଟଙ୍କା ଖର୍ଚ୍ଚ କରି ସେମାନେ କେତେ ଉପାୟ ଆପଣାଉଛନ୍ତି। ତେବେ ଏମିତି କିଛି ଘରୋଇ ଉପାୟ ଅଛି, ଯାହାକୁ ଆପଣାଇ ଖୁବ୍‌ କମ୍‌ ଦିନରେ ଓ କମ୍‌ ଖର୍ଚ୍ଚରେ ଆପଣଙ୍କ ଓଜନ କମିଯିବ।

ଆମ ସମସ୍ତଙ୍କ ଘରେ ହଳଦୀ ନିଶ୍ଚିତ ରୂପେ ଉପଲବ୍ଧ। ଏହା କେବଳ ଖାଦ୍ୟର ରଙ୍ଗ ଓ ସ୍ବାଦ ବଢ଼ାଏ ନାହିଁ ବରଂ ଏହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ବିଶେଷକରି ଓଜନ କମାଇବାରେ ହଳଦୀ ମହୌଷଧି ଭାବରେ କାମ କରେ। ଆସନ୍ତୁ ଜାଣିବା ହଳଦୀ କିପରି ଓଜନ କମ୍‌ କରିବାରେ ସହାୟକ ହୋଇଥାଏ –

ହଳଦୀ ମିଶ୍ରିତ କ୍ଷୀର- ଗୋଟିଏ ଗ୍ଲାସ କ୍ଷୀରରେ ହଳଦୀ ଗୁଣ୍ଡ ପକାଇ ୫ରୁ ୭ ମିନିଟ୍‌ ଗରମ କରନ୍ତୁ। ଏହାକୁ ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହିପରି ନିୟମିତ ଭାବରେ କରନ୍ତୁ। ଦେଖିବେ ଖୁବ୍‌ କମ୍‌ ଦିନ ମଧ୍ୟରେ ପତଳା ହୋଇଯିବେ।

ହଳଦୀ ଚା’- ଦେଢ଼ କପ୍ ପାଣିରେ ଏକ ଚାମଚ ହଳଦୀ ପାଉଡର ମିଶାଇ କିଛି ସମୟ ଫୁଟାନ୍ତୁ। ଏଥିରେ କିଛି ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାକୁ ଛାଣି ପିଅନ୍ତୁ। ଏହା ଓଜନ କମାଇବାର ସବୁଠୁ ଭଲ ଉପାୟ।

ଗରମ ସୁପ୍‌ରେ ହଳଦୀ ମିଶାଇ ପିଅନ୍ତୁ- ଏହାବ୍ୟତୀତ ଗରମ ସୁପ୍ ପିଇବା ସମୟରେ କିଛି ହଳଦୀ ପାଉଡର ମଧ୍ୟ ପକାଇ ପିଇ ପାରିବେ।

ସାଲାଡ଼୍‌ରେ ହଳଦୀ ମିଶାଇ ଖାଆନ୍ତୁ- ସାଲାଡ଼୍‌ ଖାଇବା ସମୟରେ ଅଳ୍ପ କିଛି ହଳଦୀ ଗୁଣ୍ଡ ମିଶାନ୍ତୁ। ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହେବ।

Comments are closed.