ଉଗ୍ରବାଦୀଙ୍କ ସହ ହେବନି ବୁଝାମଣା – ତୁର୍କୀ ରାଷ୍ଟ୍ରପତି

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ରିସେପ୍‍ ତାୟିପ ଏର୍ଦ୍ଦୋଗାନ୍‍ ସିରିଆରେ କୁର୍ଦିସ ଉଗ୍ରବାଦୀମାନଙ୍କ ସହ ବୁଝାମଣା କରିବାକୁ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ରହିଯାଇଛି। ଆମେରିକା ସମେତ ବିଶ୍ୱର ବଡ଼ବଡ଼ ଦେଶମାନଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ତୁର୍କୀ ଦ୍ୱାରା ଉତ୍ତର ସିରିଆରେ ଏକ ସପ୍ତାହ ଧରି ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାକୁ ବିଶ୍ୱ ସ୍ତରରୁ ଅନୁରୋଧ କରାଯାଇଥିଲା।

ତୁର୍କୀ ଗତ ୯ତାରିଖରୁ ଅପରେସନ ପିସ ସ୍ପ୍ରିଙ୍ଗ ଆରମ୍ଭ କରିଛି ଓ ଉତ୍ତର ସିରିଆକୁ ଏକ ନିରାପଦ ଜୋନ୍‍ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛି। କୁର୍ଦ୍ଦର ଯୋଦ୍ଧାମାନଙ୍କୁ ତୁର୍କୀ ସୀମାରୁ ଘଉଡ଼ାଇ ଦେବା ଓ ସିରିଆର ଶରଣାର୍ଥୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦେବା ଏହି କାର୍ଯ୍ୟାନୁଷ୍ଠାନର ମୂଳ ଲକ୍ଷ୍ୟ।

Comments are closed.