ଟର୍କିର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଶ୍ୱବ୍ୟାପି ନିନ୍ଦା

ନୂଆଦିଲ୍ଲୀ: ସିରିଆରେ କୁର୍ଦ୍ଦ ସୈନ୍ୟମାନଙ୍କ ଉପରେ ଟର୍କିଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନକୁ ସମଗ୍ର ବିଶ୍ୱର ଦେଶମାନେ ତୀବ୍ର ନିନ୍ଦା କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ ଓ ଆରବ୍‍ ଲିଗ୍‍ ସିରିଆ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉପୁଜିଥିବା ପରିସ୍ଥିତି ବିଷୟରେ ଆଲୋଚନା ପାଇଁ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ନାଟୋ ମୁଖ୍ୟ ଜେନ୍‍ସ୍‍ ଷ୍ଟୋଲ୍‍ଟେନ୍‍ବର୍ଗ ସିରିଆକୁ ସଂଯମ ରକ୍ଷା କରିବାପାଇଁ ଅନୁରୋଧ କରି ଇସ୍‍ଲାମିକ୍‍ ଷ୍ଟେଟ୍‍ ବିରୁଦ୍ଧରେ ସଂଗ୍ରାମ ପ୍ରତି ବିପଦ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛନ୍ତି। ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ଟର୍କି ସାମରିକ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍‍ ଏହି ଆକ୍ରମଣର କଟୂ ଭାଷାରେ ନିନ୍ଦା କରିଛି।

ଟର୍କି ଆକ୍ରମଣରେ ସିରିଆର ମିଶରଫ ଅଂଚଳରେ ଗତକାଲି ଦୁଇ ଜଣ ସାଧାରଣ ଲୋକ ପ୍ରାଣ ହରାଇ ଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆରବ ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ମନ୍ତବ୍ୟରେ କୁହାଯାଇଛି, ଟର୍କିଦ୍ୱାରା କୁର୍ଦ୍ଦ ସୈନ୍ୟମାନଙ୍କ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ। ଏହା ଦ୍ୱାରା ସେହି ଅଂଚଳରେ ଆସନ୍ତି ଓ ଅସ୍ଥିରତା ବୃଦ୍ଧି ପାଇବ ବୋଲି ମନ୍ତ୍ରାଳୟ କହିଛି।

Comments are closed.