ତୁର୍କିରେ ସଡକ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ

0

ଇଜ୍‌ମୀର(ତୁର୍କୀ ).- ତୁର୍କିର ପଶ୍ଚିମାଞ୍ଚଳ ଇଜ୍‌ମୀରରେ ସଡକ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି । ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ରାସ୍ତାରେ  ଓଲଟି ପଡିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବେଆଇନ ଭାବେ ଏହି ବସ୍‌ଟି ଶରଣାର୍ଥୀମାନଙ୍କୁ ନେଇ କରି ଯାଉଥିଲା । ଏହି ଦୁର୍ଘଟଣାରେ ୧୧ ଜଣ ଗୁରୁତର ହୋଇଛନ୍ତି । ତୁର୍କୀରେ ଯୁଦ୍ଧର ବାତାବରଣ ସୃଷ୍ଟି ହେବା ପରେ ଅନେକ ଲୋକ ସମୁଦ୍ର ପଥରେ  ଯୁରୋପକୁ ଚାଲି ଯାଉଛନ୍ତି । ଲୋକମାନଙ୍କୁ ବେଆଇନ ଭାବେ ୟୁରୋପରୁ  ପଠାଇବା ପାଇଁ ଅନେକ ଗୋଷ୍ଠୀ କାମ କରୁଛନ୍ତି । ଏବେ ତୁର୍କୀ ସରକାରଙ୍କ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply