କୁର୍ଦିସ ସେନା ବିରୁଦ୍ଧରେ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କଲା ତୁର୍କୀ – ଆମେରିକା

ସମାଜ ପୋର୍ଟାଲ ଡେସ୍କ: ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ କହିଛନ୍ତି, ଉତ୍ତର ସିରିଆ ଉପରେ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ତୁର୍କୀ ରାଜି ହୋଇଛି। ଫଳରେ କୁର୍ଦିସ ସେନା ପ୍ରତ୍ୟାବର୍ତ୍ତନ କରିବା ପାଇଁ ସୁଯୋଗ ପାଇବେ। ଅଙ୍କାରା ଠାରେ ମାଇକ ପେନ୍ସ ଏବଂ ତୁର୍କୀ ରାଷ୍ଟ୍ରପତି ରିସେପ୍‍ ତାୟିପ ଏର୍ଦ୍ଦୋଗାନ୍‍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ସେନା କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଏବଂ ଆମେରିକା କୁର୍ଦିସ ସେନାର ସୁରକ୍ଷିତ ଓ ବ୍ୟବସ୍ଥିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ ପାଇଁ ସହଯୋଗ କରିବ। ଆମେରିକା ସୀମାର ସେହି ଅଂଚଳରୁ କୁର୍ଦିସ ସେନାକୁ ହଟାଇବ ଯେଉଁଠାରେ ତୁର୍କୀ ନିରାପଦ ଅଞ୍ଚଳ ପ୍ରତିଷ୍ଠା କରିବାକୁ ଚାହୁଁଛି।

Comments are closed.