ତୁର୍କୀରେ ଟ୍ରେନ୍‍ ଦୁର୍ଘଟଣା: ୯ ମୃତ, ୪୭ ଆହତ

0

ଅଙ୍କାରା : ତୁର୍କୀର ରାଜଧାନୀ ଅଙ୍କାରାରେ ଗରୁବାର ଏକ ଟ୍ରେନ୍‍ ଦୁର୍ଘଟଣାରେ ୯ ଜଣ ପ୍ରାଣହରାଇଛନ୍ତି ଓ ୪୭ ଜଣ ଆହତ ହୋଇଛନ୍ତି। ଗୋଟିଏ ରେଳ ଟ୍ରାକ୍‍ରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେନ୍‍ ଆଗରୁ ଆସୁଥିବା ଏକ ପାଇଲଟ୍‍ ଇଞ୍ଜିନ୍‍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି। ତୁର୍କୀ ପରିବହନ ଏବଂ ଭିତ୍ତଭୂମି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପାଖରେ ଥିବା ଏକ ରେଳ ଓଭରବ୍ରିଜ୍‍ ଚଲାପଥ ଭୁଶୁଡ଼ି ପଡ଼ିଥିବା ଅଙ୍କାରା ରାଜ୍ୟପାଳ କହିଛନ୍ତି। ଟ୍ରେନ୍‍ଟି ଅଙ୍କାରାରୁ କେନ୍ଦ୍ର ତୁର୍କୀ କୋନ୍ୟା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତୁର୍କୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋୟଲୁ ଏଥିପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି ଓ ଆହତଙ୍କ ଆରୋଗ୍ୟ ପାଇଁ କାମନା କରିଛନ୍ତି।

Leave A Reply