ବୁଲାଣୀରେ ବାରମ୍ବାର ଘଟୁଛି ଦୁର୍ଘଟଣା

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକରେ ଥିବା ମନ୍ଦିର ବାଙ୍କ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏଠାରେ ଦୁର୍ଘଟଣା ଘଟି ବହୁ କ୍ଷୟକ୍ଷତି ହେଉଛି। ଗୁରୁବାର ସକାଳ ୧୦ଟା ସମୟରେ ତୁରେକେଲା କଣ୍ଟାବାଞ୍ଜି ରାସ୍ତାରେ ଥିବା ତାରିଣୀ ମନ୍ଦିର ପାଖରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଇନ୍ଦିମାଲ ଗ୍ରାମର ଡଙ୍କେଶ୍ୱର ରାଉତ ତାଙ୍କ ମାଆ ଶ୍ରୀମତୀ ଉମା ରାଉତଙ୍କୁ ନିଜ ବାଇକରେ ବସାଇ ବେଲପଡା ବ୍ଳକର ବୁଢାଭଟା ଗ୍ରାମରୁ ନିଜ ଗ୍ରାମ ଗଇନ୍ଦିମାଲକୁ ଫେରିବା ସମୟରେ ମନ୍ଦିର ବାଙ୍କ ମୋଡରେ ଭାରସାମ୍ୟ ହରେଇ ପଡିଯାଇଥିଲେ।

ଖବରପାଇ ରକ୍ଷକ ବିରଂଚି ନାରାୟଣ ଦାଶ,ପ୍ରେମରାଜ ପାଣିଗ୍ରାହୀ, ରଂଜନ ଆଇ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ।ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତୁରେକେଲା ଥାନାକୁ ଖବର ଦେବାରୁ ଥାନା ଅଧିକାରୀ ଦୀପକ ଦୁମଦୁମ କିଛି ପୋଲିସକର୍ମୀଙ୍କୁ ଆଣି ଥାନା ଗାଡିରେ ତୁରେକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଚାଙ୍କର ଚିକିତ୍ସା କରାଯାଇଥିଲା ।

Comments are closed.