ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ମଙ୍ଗଳବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଷ୍ଠିତ ଉକ୍ତ ଉତ୍ସବରେ ତୁମୁଡିବନ୍ଧ ବ୍ଲକର ୧୩ଟି ପଞ୍ଚାୟତରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ଥାନାର ଏଏସଆଇ ଜୟନ୍ତ କୁମାର ସେଠୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଜିପିଇଓ ଭୀମସେନ ସାହୁଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବକୁ ତୁମୁଡିବନ୍ଧ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ କରାଯାଇଥିଲା।

Comments are closed.