ତୁମୁଡିବନ୍ଧ ଥାନା ସମ୍ମୁଖରେ ବିପଦ ପୂର୍ଣ୍ଣ ରାସ୍ତା

ତୁମୁଡିବନ୍ଧ: କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ସମ୍ମୁଖରେ ଥିବା ପୋଲ ରାସ୍ତା ଦିନକୁ ଦିନ ବିପଦ ପୂର୍ଣ୍ଣ ହେବାରେ ଲାଗିଛି କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ପୋଲର ଏକ ପାଖରେ ମାଟି ଭୁଶୁଡ଼ିବାରେ ଲାଗିଛି। ଏଭଳିକି ମାଟି ଭୁଶୁଡ଼ିବା ପରେ ମାଟି ଉପରେ ଥିବା ପିଚୁ ମଧ୍ୟ ଖସିଗଲାଣି। ବିପଦ ସଙ୍କେତ ଦିଆଯାଇ ନଥିବାରୁ ରାତିରେ ଚଳାଚଳ କଲାବେଳେ ଅଘଟଣକୁ ଏଡ଼ାଇ ହେବ ନାହିଁ। ବିପଦ ପୂର୍ଣ୍ଣ ରାସ୍ତା ଉପରେ ଭାରି ଗାଡି ଚଳାଚଳ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ରାସ୍ତା ମଝି ପର୍ୟ୍ୟନ୍ତ ଫଟା ଦାଗ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ ଗୁଡିକ ମଧ୍ୟ ଏହି ରାସ୍ତା ରେ ଯିବା ଆସିବା କରୁଛନ୍ତି। ତୁରନ୍ତ ଏହି ରାସ୍ତା କୁ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି।

Comments are closed.