ମହିଳାଙ୍କ ପେଟରୁ ବାହାରିଲା ୨୪ କିଲୋ ଟ୍ୟୁମର

ମେଘାଳୟରେ ଡ଼ାକ୍ତରଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାକାର ପଶ୍ଚିମ ଗାରୋ ହିଲ୍ସ ଜିଲାର ଏକ ହସ୍ପିଟାଲରେ ଡ଼ାକ୍ତରମାନେ ଜଣେ ମହିଳାଙ୍କ ପେଟ ଭିତରୁ ୨୪ କିଲୋର ଏକ ଟ୍ୟୁମର ବାହାର କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଉକ୍ତ ଜିଲାର ଜାମଗେ ଗାଁରେ ଜଣେ ବାସିନ୍ଦା ୩୭ ବର୍ଷୀୟ ମହିଳାଙ୍କର ହଠାତ ପେଟରେ ଖୁବ ଜୋରରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ୨୯ ଜୁଲାଇରେ ହସ୍ପିଟାଲରେ ଭର୍ତି ହୋଇଥିଲେ।
ଏହା ପରେ ମହିଳା ସ୍ୱାସ୍ଥ୍ୟ ଜନିତ କିଛି ପରୀକ୍ଷା କରାଯିବା ପରେ ଅଗଷ୍ଟ ୩ରେ ଡ଼ାକ୍ତରମାନେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ। ଯାହାକି ପ୍ରାୟ ୩ ଘଣ୍ଟା ସମୟ ଲାଗି ଥିଲା। ବର୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ସହ ତାଙ୍କୁ ହସ୍ପିଟାଲରେ ରଖାଯାଇଛି।
ମହିଳାଙ୍କ ପେଟରୁ ବାହାରିଥିବା ଟ୍ୟୁମରକୁ ପରୀକ୍ଷା କରିବା ପାଇଁ ବାହାରକୁ ପଠାଯାଇଛି। ଏହି ସଫଳତା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ଼ ସଙ୍ଗମା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

Comments are closed.