୪ଜଣ ଟୁଲୁପମ୍ପ ଚୋରଙ୍କୁ କୋର୍ଟ ଚାଲାଣ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ଗ୍ରାମରେ ଏକ ଟୁଲୁପମ୍ପ ଚୋରି ଅଭିଯୋଗରେ ଗୁରୁବାର ପୁଲିସ ୩ଜଣଙ୍କୁ ଅଟକରଖି ପଚରାଉଚରା କରୁଥିବା ସମୟରେ ଶୁକ୍ରବାର ଏଥିରେ ସଂପୃକ୍ତ ଆଉଜଣେ ନିଜଆଡୁ ଥାନାରେ ଆତ୍ମ ସମର୍ପଣ କରିଥିଲା। ଘଟଣାରୁ ପ୍ରକାଶ ଯେ ଗତ ୨୩ତାରିଖରେ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହାଉସିଂବୋର୍ଡ କଲୋନୀର ଯୁଗଳ କିଶୋର ପାଳଙ୍କ ଘରୁ ୪ଜଣ ଦୁର୍ବୃତ ପସି ଟୁଲୁପମ୍ପ ଚୋରି କରି ନେଇଥିଲେ। ତେବେ ତାଙ୍କ ଘରେ ଲାଗିଥିବା ସିସିଟିବି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଥିଲା। ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସନ୍ତୋଷ ପ୍ରଧାନ ଓ କନେଷ୍ଟବଳ ଗିରିଜା ଶଙ୍କର ଜେନା ରାଧାଗୋବିନ୍ଦପୁର ଗ୍ରାମରେ ଚଢାଉ କରି ମନୋଜ ନାୟକ, ନିରଞ୍ଜନ ରାଉତ, ସୌମ୍ୟରଞ୍ଜନ ସାହୁ ଓ ଜିତେନ୍ଦ୍ର ରାଉତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ଟୁଲୁପମ୍ପ ଉଦ୍ଧାର କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Comments are closed.