ପାର୍ଶ୍ବପ୍ରତିକ୍ରିୟା ବିହୀନ ରୋଗ ଦୂରକାରୀ ମହୌଷଧୀ

ଆମେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ମାତ୍ରେ ହିଁ ବଜାରରୁ ଔଷଧ ଆଣି ଖାଇଥାଉ । ଏହା ତୁରନ୍ତ କଷ୍ଟରୁ ମୁକ୍ତି ଦେଇଥାଏ ସତ କିନ୍ତୁ ଏହା ଆମ ଶରୀର ପାଇଁ ହାନିକାରକ । ଏହା ଗୋଟିଏ ରୋଗ ଦୂର କରିବା ପରିବର୍ତ୍ତେ ଅନ୍ୟ ବହୁତ ଗୁଡିଏ ରୋଗକୁ ନିମନ୍ତ୍ରଣ କରିଥାଏ । ଆଜି ଆମେ ଏମିତି କିଛି ଘରୋଇ ଉପଚାର ବିଷୟରେ ଆପଣଙ୍କ ଜଣାଇବୁ ଯାହା ରୋଗର କଷ୍ଟରୁ ମୁକ୍ତି ଦେବା ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ ।

ତୁଳସୀ କ୍ଷୀର ସେବନ କରିବା ଦ୍ବାରା ଫ୍ଲୁ ରୋଗରୁ ମୁକ୍ତି ମିଳିଥାଏ ।

ତୁଳସୀ ପତ୍ର ଓ କ୍ଷୀର ସେବନ ଦ୍ବାରା ହୃଦଘାତ ଜନିତ ରୋଗରୁ ଉପଶମ ମିଳିଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ହୃଦୟକୁ ସୁସ୍ଥ ରଖିଥାଏ ।

ମାନସିକ ଚାପ ଓ ଦୁଃଶ୍ଚିନ୍ତାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ତୁଳସୀ କ୍ଷୀର ।

ଗରମ କ୍ଷୀର ଓ ତୁଳସୀ ସେବନ କରିବା ସହ ଗଳା ଜନିତ ସମସ୍ୟା, କଫ ଓ କାଶ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ତୁଳସୀ ପତ୍ର ଓ କ୍ଷୀର ସେବନ କରିବା ଦ୍ବାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

ତୁଳସୀ ପତ୍ରରେ ଆଣ୍ଟି-ବାୟୋଟିକ ତତ୍ତ୍ବ ରହିଥାଏ । ଏହାକୁ ସେବନ କରିବା ଦ୍ବାରା କର୍କଟ ରୋଗର ସମ୍ଭାବନା କମ ଥାଏ ।

Comments are closed.