ତୁଳସୀ ସହ ଜଡିତ ସରଳ ଉପାୟ

ତୁଳସୀ ବୃକ୍ଷର ହିନ୍ଦୁ ଧର୍ମରେ ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକଙ୍କ ଘର ଅଗଣାରେ ପ୍ରତିଦିନ ତୁଳସୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ତୁଳସୀଙ୍କ ସହ ଜଡିତ କିଛି ସରଳ ଉପାୟ ଜାଣନ୍ତୁ…..
ଭଗବାନ ବିଷ୍ଣୁଙ୍କୁ ତୁଳସୀ ଖୁବ ପ୍ରିୟ। ଭଗବାନଙ୍କ ନିକଟରେ ଭୋଗ ଲଗାଇବା ସମୟରେ ତୁଳସୀପତ୍ର ଅର୍ପଣ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ତୁଳସୀ ପତ୍ର ପ୍ରତିଦିନ ଖାଇବା ଦ୍ୱାରା ରୋଗ ଶରୀରରୁ ଦୂରେଇ ରହିଥାଏ। ପ୍ରତିଦିନ ୪ଟି ତୁଳସୀପତ୍ର ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ମଧୁମେହ,ରକ୍ତଚାପ, ବାତ,ପିତ, କର୍କଟ ଭଳି ରୋଗ ଶରୀରରୁ ଦୂରେଇ ରହିଥାଏ।
ତମ୍ବା ଲୋଟାରେ ଏକ ତୁଳସୀପତ୍ର ପକାଇ ରଖନ୍ତୁ। ଏହା ପାଣିକୁ ସମ୍ପୂର୍ଣ୍ଣ ଜୀବାଣୁ ମୁକ୍ତ କରିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
ତୁଳସୀ ବୃକ୍ଷ ନିକଟରେ ଆସନ ପକାଇ ପ୍ରତିଦିନ କିଛି ସମୟ ବସନ୍ତୁ। ଶ୍ୱାସ ଜନିତ ରୋଗରୁ ମୁକ୍ତି ମିଳିଥାଏ।
ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ବୃକ୍ଷକୁ ପୂର୍ବ ଦିଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ସ୍ଥାନରେ ରଖନ୍ତୁ ଓ ପୂଜାର୍ଚ୍ଚନା କରନ୍ତୁ।

Comments are closed.