୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ଓଡ଼ିଶାର ଟୁକୁ ସେଠୀଙ୍କୁ ରୌପ୍ୟ

ଗୋପାଳପୁର : ମାଲେସିଆର ସାରାଓ୍ବାକ୍ ଠାରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ୧୦୦ ମିଟର ରିଲେ ଦୌଡରେ ଟୁକୁ ସେଠୀ ରୌପ୍ୟ ପଦକ ପାଇଥିବା ଜଣାପଡିଛି। ଓଡ଼ିଶାରୁ ପ୍ରାୟ ୭ ଜଣ ପ୍ରତିଯୋଗିଙ୍କ ସହ ବ୍ରହ୍ମପୁର ଖୋଡାସିଗ ନିବାସୀ ତଥା ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହ ଶିକ୍ଷକ ଭାବରେ କାର୍ୟ୍ୟ କରୁଛନ୍ତି। ସେ ମାଲେସିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ କର୍ଣ୍ଣାଟକ ଓ ଅନ୍ୟ ପ୍ରଦେଶର ୩ଖେଳାଳିଙ୍କ ସହ ଆଜି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଥିବା ରଗେଂଇଲୁଣ୍ଡା ବ୍ଲକ ବିଇଓ ଡ଼ ପ୍ରଭାତୀ ମହାପାତ୍ର ପ୍ରକାଶ କରିଛନ୍ତି।

Comments are closed.