ମଙ୍ଗଳବାର ରାଶିଫଳ(୧୨-୦୫-୨୦୨୦)

ମେଷ: ପରିଶ୍ରମର ମୂଲ୍ୟ ମିଳିବ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବିତ୍ତବାନ୍‌ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସନ୍ମାର୍ଗୀ ହୋଇପାରନ୍ତି। ବ୍ରହ୍ମ ଉପାସକ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଈର୍ଷା ପରାୟଣ ହୋଇପାରନ୍ତି। ଶାରୀରିକ ପୀଡ଼ା ଉପୁଜି ପାରେ। ଶାସ୍ତ୍ରଜ୍ଞ ଭାବେ ସର୍ବପୂଜ୍ୟ ହୋଇପାରନ୍ତି। ଧନ, ସମ୍ପଦର ଅଧିକାରୀ ହେବେ। ସନ୍‌ମାର୍ଗୀ ହେବେ। ଯାନବାହନରେ ସତର୍କ ରହିବେ।
ମିଥୁନ: ଅସାଧ୍ୟ ସାଧନ କରି ପ୍ରଶଂସିତ ହେବେ। ଧୈର୍ଯ୍ୟବାନ୍‌ ହେବେ। ବନ୍ଧୁ ସହାୟତା ମିଳିପାରେ। ପତ୍ନୀଙ୍କ ଅସୁସ୍ଥତା ନେଇ ଚିନ୍ତିତ ହୋଇପାରନ୍ତି। ଯଶସ୍ବୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ମୁତାବକ କାର୍ଯ୍ୟ ମିଳିବ।
କର୍କଟ: ଉପକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଗଠନ ମୂଳକ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହେବେ। ମାନ-ସମ୍ମାନ ବୃଦ୍ଧି ହେବ। ବୁଦ୍ଧିମାନ୍‌ ହେବେ। ସରକାରୀ ମାନ୍ୟତା ମିଳିପାରେ। ପୁତ୍ର ସୁଖ ମିଳିବାର ଆଶା ଅଛି।
ସିଂହ: ପଢ଼ାଲେଖା ପ୍ରତି ଆଗ୍ରହୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡ଼ିବ। ଧର୍ମାସକ୍ତ ହେବେ। ମତିବାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖଭୋଗୀ ହେବେ। ମାତୃବର୍ଗ ସହ ବିଷମଭାବାପନ୍ନ ହୋଇପାରନ୍ତି।
କନ୍ୟା: ପୁଣ୍ୟ ଅର୍ଜନ କରିପାରନ୍ତି। ସ୍ବାଭିମାନୀ ହେବେ। ବହୁ ବ୍ୟକ୍ତି ବିଶେଷଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ପତ୍ନୀଙ୍କ ଅଭୀଷ୍ଟ ପୂରଣରେ ସକ୍ଷମ ହେବେ। ଭାଗ୍ୟବାନ୍‌ ହେବେ। ଅସାଧୁ, ଦୁଷ୍ଟ ପ୍ରକୃତିର ଲୋକଙ୍କୁ ଧର୍ମ ଶିକ୍ଷା ଦେବେ।
ତୁଳା: ସକଳ ଗୁଣର ଆଧାର ହେ​‌େ​‌ବ। ସୁଖ ମିଳିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଧନଭୋଗ କରିପାରନ୍ତି। ତେଜୀୟାନ୍‌ ହେବେ। ଦୁଃସମ୍ବାଦ ପାଇପାରନ୍ତି। ବାହୁରେ ପୀଡ଼ା ଉପୁଜି ପାରେ। ମନରେ ଉଦ୍‌ବେଗ ଜାତ ହେବ।
ବିଛା: ଅର୍ଥ ପ୍ରାାପ୍ତି ପାଇଁ ଉତ୍ତମ ଚିନ୍ତନର ବଶବର୍ତ୍ତୀ ହେବେ। ପରିଶ୍ରମ ସଫଳ ହେବ। ସତ୍‌ସଙ୍ଗରେ ନିଜକୁ ସାମିଲ କରିପାରନ୍ତି। ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। ପ୍ରୀତିଲାଭ କରିପାରନ୍ତି। ଧନ ପ୍ରାପ୍ତି ହେବେ।
ଧନୁ: ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। କୃଷି କ୍ଷେତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସ୍ବଳ୍ପ ଆୟର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସାମାନ୍ୟ ଶୁଭଯୋଗ ଥିବାରୁ ଆସୁଥିବା ବିପଦ ଟଳିଯିବ। ଭାଇଙ୍କ ଉପରେ ବିପଦ ଅଛି।
ମକର: ବ୍ୟୟାଧିକ୍ୟ ହେବାର ସୂଚନା ମିଳୁଛି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଆୟ ଉଣା ହେବନାହିଁ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ମିଷ୍ଟଭାଷୀଭାବେ ଆଦରଣୀୟ ହେବେ।
କୁମ୍ଭ: ଘାତଚନ୍ଦ୍ର ଥାଇବି ଭୟର କୌଣସି କାରଣ ନାହିଁ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମୀନ: କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଗୃହରେ ଶାନ୍ତି ବିରାଜିତ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଦେବଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ।

Comments are closed.