ମଙ୍ଗଳବାର ରାଶିଫଳ ( ୧-୧୨-୨୦୨୦ )

ମେଷ: ଆଶାବାଦୀ ହେବେ। ନୂତନ ନିଯୁକ୍ତି ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉତ୍ସାହପଦ ହେବ। ପୁତ୍ର ସୁଖ ମିଳିପାରେ। ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ଚତୁର ଓ ଯୁଦ୍ଧ ପ୍ରିୟ ହେବେ।

ବୃଷ: କାର୍ଯ୍ୟରେ ସଫଳତା ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି।

ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପଥରୋଧ ଘଟିପାରେ। ଶୁଭ ସମ୍ବାଦ ମିଳିପାରେ। ମାନ-ସମ୍ମାନର ଅଧିକାରୀ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଦାନ-ଧର୍ମ କରିପାରନ୍ତି। ଗୁଣବାନ୍‍ ଓ ଧନୀ ହେବେ।

କର୍କଟ: କର୍ମକ୍ଷେତ୍ର ଲାଭଦାୟକ ହେବ। ଆୟ ଆଶାନୁରୂପ ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସମ୍ମାନିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ। ପ୍ରସନ୍ନତା ମିଳିବ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ।

କନ୍ୟା: ଧର୍ମକ୍ଷେତ୍ରକୁ କର୍ମକ୍ଷେତ୍ର ଭାବେ ବାଛି ନେଇ ପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଭୋଗ ବିଳାସ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ତୁଳା: ଧର୍ମ କର୍ମ ସଂପାଦନ କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶତ୍ରୁ ବଳବାନ୍‍ ହେଲେ ବି କିଛି ଅନିଷ୍ଟ କରିପାରିବେ ନାହିଁ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବିଛା: କାର୍ଯ୍ୟରେ ସଫଳତା ମିଳିବ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଯାନବାହନ ସୁଖ ମିଳିପାରେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ପୋଷକ ହେବା ଆଶା କରାଯାଏ। ଘାତଚନ୍ଦ୍ର ହେତୁ ସତର୍କ ରହିବେ।

ଧନୁ: ନିଜ ସମ୍ପାଦିତ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ର ଉତ୍ସାହ ବୋଧ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଧାର୍ମିକ ପ୍ରବୃତ୍ତିର ହେବେ।

ମକର: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ଅର୍ଥ ଚିନ୍ତାରେ ପଡ଼ିପାରନ୍ତି। ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ଧନ ମିଳିବ।

କୁମ୍ଭ: ଆଲୋଚନାରେ ବାଦାନୁବାଦ ଉପୁଜି ପାରେ। ବିଚକ୍ଷଣ ବୁଦ୍ଧି, ଜ୍ଞାନ ଓ ଗରିମାଯୁକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭ ମିଳିପାରେ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ କୃପା ମିଳିବା ଆଶା କରାଯାଏ।

ମୀନ: ଶ୍ରମ ସାର୍ଥକ ହେବ। ସର୍ବସୁଖ ମିଳିପାରେ। ସନ୍ତାନ ବର୍ଗରେ ଢ଼େର ଉନ୍ନତି ହେବ। ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ। ବିତ୍ତବାନ୍‍ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମ ହେବ।

Comments are closed.