ମଙ୍ଗଳବାର ରାଶିଫଳ

ମେଷ: ଅନ୍ୟାୟର ପ୍ରତିବାଦ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ସନ୍‌ମାର୍ଗୀ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ପୁତ୍ର ଲାଭର ସୂଚନା ମିଳୁଛି।
ବୃଷ: ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଶତ୍ରୁ ବଳବାନ୍‌ ହୋଇପାରେ; ମାତ୍ର କଳକୌଶଳ ପ୍ରୟୋଗ କରି ତାକୁ ପରାସ୍ତ କରିପାରନ୍ତି। ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ସଦ୍ଭାବନା ସ୍ଥାପନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି ପ୍ରାପ୍ତ ହେବେ।
ମିଥୁନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ପରୋପକାର କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ଗରିମାମୟ ହେବେ। ତାରୁଣ୍ୟ ରୂପ ପାଇବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ।
କର୍କଟ: ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି। କଳହଠାରୁ ଦୂରେଇ ରହିବେ। ଅର୍ଥ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ସତ୍ୟାନୁରକ୍ତ ହେବେ। ମିଷ୍ଟଭାଷୀ ହେବେ। ବିବେକାନୁମୋଦିତ କାର୍ଯ୍ୟ କରିବେ। ଲୋକ ପ୍ରିୟତା ଅର୍ଜନ କରିବେ। ବରିଷ୍ଠ ହେବେ।
ସିଂହ: ଉଚ୍ଚ ଆଶା ଫଳବତୀ ହେବ। ଯେକୌଣସି ସୂତ୍ରରୁ ଅର୍ଥ ପାଇବେ। ପାପଗ୍ରହ ରାହୁଙ୍କ ଶୁଭ ଭାବରୁ ବ୍ୟବସାୟ ଲାଭଜନକ ହେବ। ସୁଖ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ସର୍ବତ୍ର ସୁଖ ଓ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।
କନ୍ୟା: ବିପଦର ସୂଚନା ପାଇ ସତର୍କତା ଅବଲମ୍ବନ କରିବେ। ଆଶାବାଦୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ସୁଖ, ସହଜ ଓ ସୁଲଭ ହେବ। ସମ୍ମାନିତ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଉଚ୍ଚପଦ-ପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ବ୍ୟସନ ବିରତ ହେବେ।
ତୁଳା: ମିଥ୍ୟା ଅପବାଦ ମିଳିପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧନପ୍ରାପ୍ତିର ସୁଯୋଗ ଜୁଟିଛି। ବହୁ ଭାବରେ ଉପକୃତ ହେବେ। ବିନୀତ ସ୍ବଭାବର ହେବେ। ଧର୍ମ-ଧାରଣାରେ ରହି ଜଗତ ମଙ୍ଗଳ ପାଇଁ ପ୍ରାର୍ଥନା କରିବେ।
ବିଛା: ବନ୍ଧୁଙ୍କ ଦ୍ବାରା ସାହାଯ୍ୟ ପ୍ରାପ୍ତ ହେବା ସହିତ ଆନନ୍ଦ ଉପଭୋଗ କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବେ। ଉଚ୍ଚ କର୍ତ୍ତୃପକ୍ଷ ଓ ସହକର୍ମୀଙ୍କ ପ୍ରିୟ ଭାଜନ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହୋଇପାରନ୍ତି।
ଧନୁ: ଆୟ ଉତ୍ତମ ଧରଣର ହେବ। କର୍ମକ୍ଷେତ୍ରରେ ଉତ୍ସାହବୋଧର ପରିପ୍ରକାଶ ଘଟାଇ ଗର୍ବିତ ହେବେ। ମନୋଜ୍ଞ ହୋଇପାରନ୍ତି। ବିଚକ୍ଷଣ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଉଳ କାନ୍ତିଯୁକ୍ତ ହେବେ। ସମୃଦ୍ଧ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇବେ।
ମକର: ପାରିବାରିକ ଶାନ୍ତି ଫେରି ପାଇବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଆଶାବାଦୀ ହେବେ। ଆୟବୃଦ୍ଧିର ସୂଚନା ମିଳୁଛି। ବ୍ରାହ୍ମଣମାନଙ୍କ ହୀତାକାଂକ୍ଷୀ ହେବେ। ସଦାଦ୍ୟୋମୀ ହେବେ। ପୁଣ୍ୟବାନ୍‌ ହେବେ। ଦୃଢ଼ଜ୍ଞ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ।
କୁମ୍ଭ: ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିବେ। ବ୍ୟବସାୟ ଲାଭଜନକ ହେବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟବାନ୍‌ ହେବେ। ସନ୍‌ମାର୍ଗୀ ହେବେ। ଜ୍ଞାନୀ ଓ ମିତ୍ରସ୍ନେହୀ ହେବେ।
ମୀନ: ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ନୀରବ ଭାବ ପ୍ରଦର୍ଶନ କରିବେ। ଦାନ-ଧର୍ମରୁ ବିରତ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶ ଦାତା ହେବେ। ସକଳ ଶାସ୍ତ୍ରଜ୍ଞାତା ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେ।

Comments are closed.