ମଙ୍ଗଳବାର ରାଶିଫଳ

ମେଷ: କର୍ମଫଳ ଭୋଗ କରିପାରନ୍ତି। ଉଦାର ସ୍ବଭାବର ହେବେ। ଦାନଶୀଳ ହେବେ। ସୁଖୀ ହେବେ। ଉତ୍ତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ ହୋଇପାରନ୍ତି।
ବୃଷ: ଦେବ-ଦେବ-ମହାଦେବଙ୍କ ଦର୍ଶନ ପାଇ କରି ଆତ୍ମସନ୍ତୋଷ ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହୋଇପାରନ୍ତି।
ମିଥୁନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ସରକାରୀ କିମ୍ବା ବନ୍ଧୁ ସାହାଯ୍ୟ ପାଇ ଲାଭବାନ୍‌ ହେବେ। ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ। କରିତ୍‌କର୍ମା ହେବେ।
ସିଂହ: କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଉପୁଜି ପାରେ। ବ୍ୟବସାୟରେ ସଫଳତା ପାଇବେ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ବଚନ କହି ପରକୁ ଆପଣାର କରିବେ। ଜ୍ଞାନ ଗରିମା ବୃଦ୍ଧି ହେବ। ସାହସୀ ହେବେ।
କନ୍ୟା: ମନରେ ପ୍ରଫୁଲ୍ଲତା ଆସିବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ସମ୍ମାନିତ ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ।
ତୁଳା: ଅବାଞ୍ଛିତ ଘଟଣା ଘଟିପାରେ ଏବଂ ଅଧିକ ପରିଶ୍ରମ ପଡ଼ିଲେ ବି, ତା’ର ମୂଲ୍ୟ ମିଳିବ। ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ। ମନରେ ପ୍ରସନ୍ନତା ଭାବ ଆସି ପାରେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ମଧୁରଭାଷୀ ହେବେ।
ବିଛା: ଭାଗ୍ୟଶାଳୀ ହେବାର ସୂଚନା ମିଳୁଛି। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧି ଲାଭକରି ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।
ଧନୁ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ; ମାତ୍ର ସୁଖ ମିଳିବ। କଷ୍ଟକର ବ୍ୟାପାର। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସର୍ଦି ତଥା କଫଜନିତ ପୀଡ଼ା ଭୋଗ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର: ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଉପଦେଶ ଲାଭଜନକ ହେବ।
କୁମ୍ଭ: ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହେବେ। ଅଧସ୍ତନଙ୍କ ସମର୍ଥନ ମିଳିବ।
ମୀନ: ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ପାଇବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ବିଭିନ୍ନ ଦିଗରୁ ଅର୍ଥାଗମ ହୋଇପାରେ। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯିବ।

Comments are closed.