ମଙ୍ଗଳବାର ରାଶିଫଳ (୨୫ ଅଗଷ୍ଟ ୨୦୨୦)

ମେଷ: ମନ୍ତ୍ରଣା ବା ପରାମର୍ଶଦାତା ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ବ୍ରତକର୍ତ୍ତା ହେବେ। ଦେବଦ୍ବିଜ ପରାୟଣ ହେବେ। ସାମାନ୍ୟ ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ​‌େ​‌ର ଚଳିବାକୁ ପଡ଼ିବ।

ବୃଷ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସାମାନ୍ୟ ଚେଷ୍ଟାରେ କାର୍ଯ୍ୟହାସଲ କରିବାରେ ସକ୍ଷମ ହେବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ଦୀର୍ଘଦିନର ଆଶାପୂରଣ ହୋଇପାରେ। ପତ୍ନୀଙ୍କ ଉପଦେଶ ଆପଣଙ୍କୁ ସତ୍‌ମାର୍ଗୀ କରିବ।

ମିଥୁନ: କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ହସଖୁସିରେ ସମୟ ଆତିବାହିତ କରିପାରନ୍ତି। ଆଶା ଫଳବତୀ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆଶା କରୁଥିବା ସାହାଯ୍ୟ ମିଳିବ। ନିଶଙ୍କ ହେବେ।

କର୍କଟ: ହିଂସାମାର୍ଗରୁ ନିବୃତ୍ତ ହେଲେ ଶ୍ରେଷ୍ଠ ମାନ୍ୟତା ମିଳିବ। ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମମାର୍ଗରେ ଅର୍ଥାତ୍‌, ସତ୍ୟ-ଶୌଚ-ଦୟା ଓ ଦାନ-ପୁଣ୍ୟରେ ମନୋନିବେଶ କରିବେ।

ସିଂହ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଜାତଶତ୍ରୁ ହେବେ। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ସୁଖ ମିଳିପାରେ। ପ୍ରଦୂଷଣ ମୁକ୍ତି ଗୃହରେ ବାସ କରିବେ।

କନ୍ୟା: ପ୍ରଭାବ ବିସ୍ତାର କରିବା ପାଇଁ ସ୍ଥିତି ଅନୁକୂଳ ରହିଛି। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ଧନାଗମର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ।

ତୁଳା: ଭଲ ରୋଜଗାର ହେଉଥିବାବେଳେ ବ୍ୟୟ ପରିମାଣ ବୃଦ୍ଧିପାଇବ। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ସଙ୍ଗୀତ ପ୍ରିୟ ହେବେ। ଯଶସ୍ବୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।

ବିଛା: କାର୍ଯ୍ୟରେ ସଫଳାତ ଲାଭ କରିବେ। ଆୟବୃଦ୍ଧିର ସୂଚନା ମିଳୁଛି। ଖାଦ୍ୟପେୟ ରୁଚିକର ହେବ। ସୁସ୍ଥ ଓ ନିରାମୟ ରହିବେ। ଆଶା ଫଳବତୀ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଧନବାନ ଓ ଗୁଣଯୁକ୍ତ ହେବେ।

ଧନୁ: ଯାହା ଇଚ୍ଛା କରିବେ; ତାହା ପାଇବେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। କର୍ମଚଞ୍ଚଳ ରହିବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ମିଳିପାରେ। ନୂଆବନ୍ଧୁ ସାହାଯ୍ୟକାରୀ ହେବେ।

ମକର: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଚେଷ୍ଟା ଶୁଭପ୍ରଦ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାନବାହନ ସୁଖ ମିଳିବ। ଗୁଣବାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।

କୁମ୍ଭ: କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ବିଭାଗୀୟ ଅର୍ଥ ମିଳିପାରେ। ଗୃହ ପରିବେଶ ଉନ୍ନତମାନର ହୋଇପାରେ। ଉତ୍ତମ ଗୁଣର ଅଧିକାର ହୋଇପାରନ୍ତି। ଧର୍ମ ମାର୍ଗରେ ତଥା ସତ୍ୟ-ଶୌଚ-ଦୟା ଓ ଦାନଶୀଳ ହେବେ।

ମୀନ: ଦୁରୂହ କାର୍ଯ୍ୟକୁ କରାୟତ୍ତ କରିବାରେ ସିଦ୍ଧହସ୍ତ ହେବେ। ନିଜେ ଉପବାସ ରହି; ଅନ୍ୟକୁ ଦାନା ଦେଇପାରନ୍ତି। ବନ୍ଧୁଦର୍ଶନ କରି ଉତ୍‌ଫୁଲ୍ଲିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଚେଷ୍ଟା ଶୁଭପ୍ରଦ ହେବ। ବିଚାରବନ୍ତ ହେବେ।

Comments are closed.