ମଙ୍ଗଳବାର ରାଶିଫଳ(୧୫ ସେପ୍ଟେମ୍ବର ୨୦୨୦)

ମେଷ: କାର୍ଯ୍ୟ ସିଦ୍ଧି ହେବ ; ମାତ୍ର ବିଳମ୍ବରେ ସହଯୋଗ ମିଳିବା କଷ୍ଟସାଧ୍ୟ ହେବ। ସୁଗୁଣ ସମ୍ପନ୍ନ ହେବେ। ଧନାଧିପତି ହେବେ। ସତ୍ୟର ପୂଜାରୀ ହୋଇପାରନ୍ତି। ପତ୍ନୀ, ପତି ପରାୟଣ ହେବେ। ସୁବର୍ଣ୍ଣ ସଂପଦ ଓ ପୁତ୍ର ଲାଭ ହେବ।
ବୃଷ: ଆଶା ପୂରଣ ହୋଇପାରେ। ଧର୍ମ ରକ୍ଷକ ହୋଇପାରନ୍ତି। ମନୋଜ୍ଞ ହେବେ। ରାଜ୍ୟଭୋଗ କରିପାରନ୍ତି। ସତ୍‍ପୁତ୍ର ଲାଭ ଯୋଗ ଅଛି। ସ୍ଥାନାନ୍ତର ଯୋଗ ଅଛି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ନେତ୍ର ପୀଡ଼ା ଉପୁଜିପାରେ।
ମିଥୁନ: ନିଜ ଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ଆଶାୟୀ ହେବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହେବେ।
କର୍କଟ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ସାହସୀ ହେବେ। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିବେ।
ସିଂହ: ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବେ। ପଦୋନ୍ନତିରେ ସୁଯୋଗ ସୃଷ୍ଟି ହୋଇଛି। ସୁଖ-ସମ୍ଭୋଗ କରିପାରନ୍ତି। ସତ୍ୟବାଦୀ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ପିତୃଭକ୍ତିଯୁକ୍ତ ହେବେ। ଭାଗ୍ୟବାନ୍‍ ହୋଇପାରନ୍ତି। ସୁଖ ମିଳିବ।
କନ୍ୟା: ପାରିବାରିକ ସୁଖ ମିଳିବ। ଶୁଭ ଖବର ପାଇ ଖୁସି ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି। ବିଦ୍ୱାନ୍‍ ଓ ଦୟାଳୁ ହୋଇପାରନ୍ତି।
ତୁଳା: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ-ବିଳାସ କରିପାରନ୍ତି। ଶୁଭଖବର ପାଇ ଖୁସି ହେବେ। ସର୍ବ ସୁଖ ଆଶା କରାଯାଏ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। ଗୁଣଜ୍ଞ ହେବେ।
ବିଛା: କାର୍ଯ୍ୟ ହସ୍ତଗତ ହୋଇପାରେ। କର୍ମଚଞ୍ଚଳ ରହିବେ। ଚେଷ୍ଟା ଫଳବତୀ ହେବ। ମନୋବଳ ଦୃଢ଼ ରହିବ। ପାରିବାରିକ ସୁଖ ସମୃଦ୍ଧି ଜୀବନଯାପନ କରିପାରନ୍ତି। ଭୋଗାସକ୍ତ ହେବେ। ଗୁଣବାନ୍‍ ହେବେ। ଜ୍ଞାନୀ ହେବେ।
ଧନୁ: ସେବା ମନୋଭାବର ହୋଇପାରନ୍ତି। କାର୍ଯ୍ୟ ବିଳମ୍ବିତ ହେଲେ ବି ସଫଳତା ମିଳିବ। ଧର୍ମାସକ୍ତ ହୋଇପାରନ୍ତି। ମତିମାନ୍‍ ହେବେ। ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ମକର: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ପ୍ରଭୂତ ସୁଖର ଅଧିକାରୀ ହେବେ। ସପତ୍ନୀକ ସୁଖ ଭୋଗ କରିପାରନ୍ତି। ଅବିବାହିତମାନଙ୍କର ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।
କୁମ୍ଭ: ଅଯାଚିତ ସାହାଯ୍ୟ ମିଳିପାରେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ମାନ-ସମ୍ମାନ ବୃଦ୍ଧି ହେବ। ଭ୍ରମଣ ସୁଖ ମିଳିବ। କର୍ତ୍ତବ୍ୟନିଷ୍ଠ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ମୀନ: ପ୍ରତିହିଂସା ପରାୟଣ ହୋଇପାରନ୍ତି। ଦେବଦର୍ଶନରେ କଷ୍ଟ ନିବାରଣ ହେବ। ଯାନବାହନ ସୁଖ ମିଳିବ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟ ହାସଲ କରିପାରନ୍ତି। ନାନା ବିଭବରେ ମଣ୍ଡିତ ହେବା ଆଶା କରାଯାଏ।

Comments are closed.