ମଙ୍ଗଳବାର ରାଶିଫଳ (୦୪.୦୮.୨୦୨୦)

ମେଷ: ରୋଜଗାର ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ଧୀରେ ସୁସ୍ଥେ କାର୍ୟ୍ୟ କଲେ ଲକ୍ଷ୍ୟ ହାସଲ କରିବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। କାର୍ୟ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।
ମିଥୁନ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ସେବାପୂଜାରେ ମନ ବଳାଇ ପାରନ୍ତି। କର୍ମଚଞ୍ଚଳ ରହିବେ। ଦୁଶ୍ଚିନ୍ତା ମଧ୍ୟରେ ଗତି କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ବନ୍ଧୁଙ୍କ ସହାୟତା ପାଇ ମନୋବଳ ବୃଦ୍ଧି ପାଇବ। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରି ପାରନ୍ତି।
ସିଂହ: ଶତ୍ରୁ ଉପରେ ବିଜୟ ବିଜୟ ହାସଲ କରିବାରେ ସକ୍ଷମ ହେବେ। ମାନସିକ ସ୍ତରରେ ଆଶ୍ୱସ୍ତି ଅନୁଭବ କରିବେ। ଶୁଭ ଖବର ମିଳିବ। ଋଣ ପରିଶୋଧ କରିପାରନ୍ତି।
କନ୍ୟା: ଯୋଗାଯୋଗ ଫଳଦାୟକ ହେବ। ଲେଖା-ପଢ଼ା ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି। ଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ପାରନ୍ତି।
ତୁଳା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଫଳକୁ ଆଶା ନ ରଖି କର୍ମ ପଥରେ ଆଗକୁ ବଢ଼ିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶ୍ରମର ମୂଲ୍ୟାଙ୍କନ ହେବ। କୃଷି କର୍ମରେ ଆଗକୁ ବଢ଼ିବେ। ଈଶ୍ୱର ବିଶ୍ୱାସୀ ହେବେ।
ବିଛା: କାର୍ୟ୍ୟ ଆନନ୍ଦ ଦାୟକ ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ଚଳାଇ ଥିବା ଉଦ୍ୟମ ସଫଳ ହେବ। ଦେବ ଦର୍ଶନର ସୌଭାଗ୍ୟ ଅଛି। ବିଭାଗୀୟ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ବିବାଦରେ ବିଜୟୀ ହେବେ।
ଧନୁ: ଶ୍ରମ ସାର୍ଥକ ହେବ। କାଷ୍ଠ, ଲୌହ, ତୃଣ, ଅଙ୍ଗାର ଓ ପ୍ରସ୍ତରାଦି ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ଶ୍ରେଷ୍ଠ ସମ୍ମାନ ମିଳିପାରେ। ସୁଖୀ ହେବେ।
ମକର: ବିଭିନ୍ନ ସ୍ତରରୁ ସ୍ନେହାଶିଷ ମିଳିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ ହେବ।
କୁମ୍ଭ: ବିବାଦୀୟ ବିତର୍କରୁ ଦୂରେଇ ରହିପାରନ୍ତି। ବିଦ୍ବାନ ତଥା ଯଶସ୍ୱୀ ହେବେ। ବିଳାସ-ବ୍ୟସନରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ନିର୍ଭୟରେ କାର୍ୟ୍ୟ ସଂପାଦନ କରିପାରନ୍ତି। ମାନିବିକତା ଅକ୍ଷୁଣ୍ଣ ରହିବ। ଆସ୍ଥା ଭାଜନ ହେବେ।
ମୀନ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Comments are closed.