ମଙ୍ଗଳବାର ରାଶିଫଳ ( ୧୯। ୫।୨୦୨୦ )

ମେଷ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର। ଚଞ୍ଚଳମନା ହେବେ। ନୀତି ନିୟମ ମାନି ଚଳିବେ। ଜନବଲ୍ଲଭ ଭାବେ ପ୍ରବଳ ପ୍ରତାପୀ ହେବେ।
ବୃଷ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ ମିଳିିବ।
ମିଥୁନ: ଧୀରେ, ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।
କର୍କଟ: ପରିଶ୍ରମ ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାତକୁ ଆସିବ ଓ ତାର ସଦ୍‍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରବଚନ ଶୁଣିବେ।
ସିଂହ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ନ୍ୟୂନତା ଆସି ପାରେ। କେବଳ ଭାଗ ବ୍ୟବସାୟରୁ ସାମାନ୍ୟ ପରିମାଣର ଲାଭ ମିଳିପାରେ। ଶୁଭକାର୍ଯ୍ୟ ବର୍ଜନୀୟ। ଯାନବାହନରେ ସତର୍କ ରହିବେ।
କନ୍ୟା: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କଲେ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସାହାଯ୍ୟ, ସହାନୁଭୂତି ମିଳିପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ତୁଳା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ମନ ସ୍ଥିର କରିପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ ପାଇବ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।
ବିଛା: କାର୍ଯ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଅଧ୍ୟୟନରତ ହେବେ। ବିଭିନ୍ନ ଦିଗରୁ ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ହଠାତ୍‍ କିଛି ଅର୍ଥ ମିଳିପାରେ।
ଧନୁ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ମ ମାର୍ଗ ଉଜ୍ଜ୍ୱଳ କରିବାରେ ସିଦ୍ଧହସ୍ତ ହେବେ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। ଶୁଭକାର୍ଯ୍ୟ ବର୍ଜନୀୟ।
ମକର: କାର୍ଯ୍ୟରେ ଅସ୍ଥିରତା ଉପୁଜି ପାରେ। ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଠାକୁରଙ୍କ ଦର୍ଶନ ଲାଭ କରିବେ। ଅଶାନ୍ତର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରେ ଲାଭ ଉଠାଇ ପାରନ୍ତି।
କୁମ୍ଭ: ଦେଖା ଦେଇଥିବା ଆକସ୍ମିକ ସମସ୍ୟାର ସୁସମାଧାନ କରିପାରନ୍ତି। ନିଃସ୍ୱାର୍ଥପର ଭାବେ ସେବା କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ନୀତିରୁ ବିଚ୍ୟୁତ ହେବେ ନାହିଁ। ସୁବିଦ୍ୟାଯୁକ୍ତ ହୋଇପାରନ୍ତି। ଦ୍ରବ୍ୟ ଲାଭ ହେବ।
ମୀନ: ରୋଜଗାର ଆଶାନୁରୂପ ହୋଇପାରେ। ଆଶାବାଦୀ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ।

Comments are closed.