ମଙ୍ଗଳବାର ରାଶିଫଳ ( ୧୯- ୦୧ -୨୦୨୧ )

ମେଷ: ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇ ବିବ୍ରତ ହୋଇପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କଥାକାର ହୋଇପାରନ୍ତି। ବିନୟୀ ହେବେ। ବିଦ୍ୟାରୂପକ ମହାଧନ ଅର୍ଜନ କରିବେ।

ବୃଷ: ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ଧନବାନ୍‌ ହେବେ। ମହିଳାମାନଙ୍କ ଦ୍ବାରା ମନୋନୀତ ହୋଇ ପଦ ପଦବୀରେ ଆସୀନ ହୋଇପାରନ୍ତି। ବିଦେଶରେ ରହି ସ୍ବାର୍ଥ ସାଧନ କରିବେ। ବ୍ୟୟାଧିକ ହେବେ। ସଂଯମୀ ହେବେ।

ମିଥୁନ: ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସୁବର୍ଣ୍ଣ ସଂପଦ ପ୍ରାପ୍ତ ହୋଇପାରନ୍ତି। ରାଜାପ୍ରସାଦ ସୁଖ ମିଳିବ। ସମସ୍ତ ସୁଖ ଓ ଐଶ୍ବର୍ଯ୍ୟ ଭୋଗ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କର୍କଟ: ବାଣିଜ୍ୟ କାରବାର ଲାଭଜନକ ହେବ। ସୁଖୀ ହେବେ। ସ୍ମାରକୀ ସମ୍ମାନ ମିଳିପାରେ। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ଲାଭ ହୋଇପାରେ। କାର୍ଯ୍ୟ ଉତ୍ସାହଜନକ ହେବ। ପରୋପକାରୀ ହୋଇପାରନ୍ତି। ବିଭିନ୍ନ ପ୍ରକାରର ଧନଲାଭ ହେବ।

ସିଂହ: ସଙ୍ଗୀତପ୍ରିୟ ହେବେ। ମୂଲ୍ୟବାନ୍‌ ବସ୍ତ୍ର ଭୂଷଣ ଲାଭ କରିପାରନ୍ତି। ଶାସ୍ତ୍ରର ଅନୁଗାମୀ ହେବେ। ଗୁଣବାନ୍‌ ହେବେ। ଧନୀ ହୋଇପାରନ୍ତି। ବହୁ ସମ୍ମାନର ଅଧିକାରୀ ହେବେ। ଦାନ ଧର୍ମରେ ଦୀକ୍ଷିତ ହେବେ। ଧନ ସଂଗ୍ରହରେ ପାରଙ୍ଗମ ହେବେ।

କନ୍ୟା: ମନୋରମା କନ୍ୟା ସହିତ ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି।

ତୁଳା: ଶତ୍ରୁକୁ ପରାଜିତ କରିବାରେ ପାରଙ୍ଗମ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି। ବହୁ ଶତ୍ରୁଙ୍କ କୋପ ଦୃଷ୍ଟି ଥାଇ ମଧ୍ୟ ସମସ୍ତ ଅରିଷ୍ଟ ବିନାଶ ହେବ। ପରଧନ ଉପରେ ଲୋଲୁପ ଦୃଷ୍ଟି ପକାଇ ପାରନ୍ତି।

ବିଛା: କନ୍ୟା, ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି। ବିଧି ବିଧାନରେ ପ୍ରସିଦ୍ଧି ଲାଭ କରିପାରନ୍ତି। ଦାନ ଧର୍ମ ଆଚରଣ କରିପାରନ୍ତି। ସର୍ବକଳା ସୁଦକ୍ଷ ହେବେ। ଶିକ୍ଷାବିତ୍‌ ହୋଇପାରନ୍ତି। ପରଧନରେ ଧନୀ ହୋଇପାରନ୍ତି।

ଧନୁ: ଧର୍ମ ପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପଦ୍ୟୋଗୀ ହେବେ। ସର୍ବଦା ହସହସ ମୁଖ ରହିବ। କର୍ମଚଞ୍ଚଳ ରହିବେ। କୃଷିକାର୍ଯ୍ୟରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିବ। ବାସସ୍ଥାନଟି ପ୍ରଦୂଷଣ ମୁକ୍ତ ରହିବ।

ମକର: ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ବିଭିନ୍ନ ଦିଗରୁ ଧନାଗମ ହୋଇ ଅସଦ୍‌ ବ୍ୟୟ କରିପାରନ୍ତି। ଶତ୍ରୁ ଅଧିକ ହେବେ। ଅପବ୍ୟୟୀ ହେବେ।

କୁମ୍ଭ: ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇ ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ବ୍ୟସ୍ତ ଥିବା କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିପାରନ୍ତି। ଆଦର୍ଶବାଦୀ ଓ ଧର୍ମ ପରାୟଣ ହେବେ।

ମୀନ: ଆୟ ଆଶାନୁରୂପ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରବଳ ସମ୍ପତ୍ତିର ଅଧିକାରୀ ହେବେ। ବିବିଧ ପ୍ରକାରର ସୁବିଦ୍ୟା ଅର୍ଜନ କରିପାରନ୍ତି। ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି।

Comments are closed.