ମଙ୍ଗଳବାର ରାଶିଫଳ

ମେଷ: ମାନସିକ ସ୍ତରରେ କାର୍ଯ୍ୟକ୍ଷମ ରହିବେ। ପରିଶ୍ରମର ମୂଲ୍ୟ ମିଳିବ। ଚେଷ୍ଟା ଶୁଭପ୍ରଦ ହେବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

ବୃଷ: ଉପଯୁକ୍ତ ନ୍ୟାୟ ମିଳିବ। ଶାସ୍ତ୍ରାଭାଷୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ। ଉପଯୁକ୍ତ ପରାମର୍ଶଦାତା ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ସାହସୀ ହେବେ। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି।

ମିଥୁନ: ନୂତନ ଆୟର ମାର୍ଗ ଖୋଜି ପାଇବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବିଳାସ-ବ୍ୟସନ କରିପାରନ୍ତି। ମନ ପ୍ରସନ୍ନ ରହିବ। ବନ୍ଧୁ ଦର୍ଶନ ମିଳିପାରେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଧନକ୍ଷୟ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ। ଯଶସ୍ବୀ ହେବେ। ପ୍ରୀତି ଭୋଜନ ମଳିପାରେ। ବ୍ୟୟ-ବୃଦ୍ଧିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ଧନବାନ୍‌ ହେବେ। ବିଚକ୍ଷଣ କଥାକାର ହେବେ।

ସିଂହ: ଗୃହ ପରିସ୍ଥିତିକୁ ନେଇ ଆନନ୍ଦ ଅନୁଭବ କରିବେ। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁ କିଛି ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। ଅପାର ଗୁଣର ଆଧାର ହେବେ।

କନ୍ୟା: ବ୍ୟବସାୟ ଲାଭଜନକ ହେବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ-ବିଳାସ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନଲାଭ ହୋଇପାରେ। ବିନୀତ ସ୍ବଭାବର ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ଓ ବହୁବିଦ୍ୟା ପାରଙ୍ଗମ ହେବେ।

ତୁଳା: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି। ତେଜୀୟାନ୍‌ ହୋଇପାରନ୍ତି। ଜ୍ଞାନ-ଗରିମା ବୃଦ୍ଧି ହେବ। ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି। ସନ୍‌ମାର୍ଗୀ ହେବେ। ସୁସ୍ଥ ରହିବେ।

ବିଛା: ପାରିବାରିକ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖି ପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ। ସ୍ବାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ।

ଧନୁ: ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କୁ ସମର୍ଥନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଜନସାଧାରଣ ଓ ଅଧସ୍ତନଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି। ପୁତ୍ର ସୁଖ ପାଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଜିର କାର୍ଯ୍ୟ ଭବିଷ୍ୟତରେ ଦିଗଦର୍ଶକ ହେବ।

ମକର: କର୍ମକ୍ଷେତ୍ରରେ ଦେଖା ଦେଇଥିବା ଅଶାନ୍ତିର ନିରାକରଣ କରିବାକୁ ଉଦ୍ୟମ ଜାରି ରଖିବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟରେ ଆଗେଇବେ। ସୌଭାଗ୍ୟ ଉଦୟ ହୋଇଛି। ଦୃଢ଼ ମନୋଭାବର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରିବେ।

କୁମ୍ଭ: ଆଇନଗତ ସମସ୍ୟାର ସୁସମାଧାନ ହେବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରଚୁର ଧନାଗମର ଶୁଭ ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ହଠାତ୍‌ କିଛି ଧନ ମିଳିପାରେ।

ମୀନ: ପୈତୃକ ସମ୍ପତ୍ତିକୁ ନେଇ ବ୍ୟସ୍ତ ରହିପାରନ୍ତି। ଆତ୍ମ ସଂଯମୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ଅନ୍ୟର ମଙ୍ଗଳ କାମନା କରି ନ​‌ି​‌େ​‌ଜ ବିଶେଷ ଉପକୃତ ହୋଇପାରନ୍ତି। କୃଷିକ୍ଷେତ୍ରକୁ ତ୍ବରାନ୍ବିତ କରିବାକୁ ଖର୍ଚ୍ଚାନ୍ତ ହୋଇ ସାରାଦିନ ଲାଗି ପଡ଼ିବେ।

Comments are closed.