ମଙ୍ଗଳବାର ରାଶିଫଳ

ମେଷ: ଗୃହ କାର୍ଯ୍ୟରେ ନିୟୋଜିତ ହେବେ। କର୍ମକ୍ଷେତ୍ରରେ ଉନ୍ନତି ଘଟିପାରେ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କାର୍ଯ୍ୟର ସଫଳତା ପାଇବେ।

ବୃଷ: ବାଧା, ବିଘ୍ନ ଥାଇ ବି କାର୍ଯ୍ୟ କରି ଚାଲିବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସ୍ବଚ୍ଛତା ଆସିବ। ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଯାନବାହନ ସୁଖ ମିଳିବାର ସୁଯୋଗ ରହିଛି। ବନ୍ଧୁ ପ୍ରାପ୍ତିର ସମୟ ଉପସ୍ଥିତ। ସୁଖ-ସମ୍ଭୋଗ ରହିଛି।

ମିଥୁନ: ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। କାର୍ଯ୍ୟରେ ଧନ୍ଦି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ସମାଜ ସେବାରେ ମନ ବଳାଇବେ।

କର୍କଟ: ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା କ୍ଳେଶକର ହୋଇପାରେ। ସମୃଦ୍ଧିର ମୂଳଦୁଆ ପଡ଼ିବ। କୋଟି ନିଧି ପ୍ରାପ୍ତ ହେବେ। ଭାଗ୍ୟବାନ୍‍ ହେବେ। ସମ୍ମାନିତ ହେବା ଆଶାକରାଯାଏ।

ସିଂହ: ଅଯାଚିତ ସାହାଯ୍ୟ ମିଳିପାରେ। ଆୟର ପରିମାଣ ଅତ୍ୟଧିକ ହେବ। ବର୍ତ୍ତମାନର ସ୍ଥିତି ଶୁଭପ୍ରଦ ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅର୍ଥ ଲାଭ ଆନନ୍ଦଦାୟକ ହେବ। ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ପାଇଥିବା ସାହାଯ୍ୟର ଉପଯୋଗ କରିବେ। ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ବିନୟୀଭାବ ପ୍ରଦର୍ଶନ କରିପାରନ୍ତି। ଜଣେ ମହାନ୍‍ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବେ। ସଙ୍ଗୀତ ପ୍ରିୟ ହେବେ। ଧର୍ମାତ୍ମା ହେବେ।

ତୁଳା: ବୃଥାଟାରେ ଅପବ୍ୟୟ ଘଟିପାରେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ମନରେ ଅଶାନ୍ତି ଦେଖାଦେଇ ପାରେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଜୀତେନ୍ଦ୍ରିୟ ହେବେ। ରାଜକୃପା ମିଳିବ। ବନ୍ଧୁସ୍ନେହୀ ହେବେ।

ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ମନଫୂର୍ତ୍ତି ରହିବ। ହର୍ଷଯୁକ୍ତ ହୋଇପାରନ୍ତି। କଥାର ଶୈଳୀ ଭଦ୍ରୋଚିତ୍ତ ହେବ। ଧନଶାଳୀ ହୋଇପାରନ୍ତି। ବହୁ ମୁକ୍ତାର ଅଧିକାରୀ ହେବେ; ମାତ୍ର ବୃଦ୍ଧିମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ।

ଧନୁ: ଯାନବାହନ କିଣିବାର ସୁଯୋଗ ଅଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହରେ ଆନନ୍ଦ, ଉତ୍ସବ ଲାଗି ରହିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆପଣଙ୍କର କେହି ଶତ୍ରୁ ରହିବେ ନାହିଁ। ଦାତା, ଗୁଣବାନ ଓ ଧନୀ ହେବେ।

ମକର: ମାନସିକ ସ୍ତରରେ ବ୍ୟସ୍ତତା ବଢ଼ିପାରେ। ମନରେ ଅହଂଭାବ ଜାଗ୍ରତ ହେବ। ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ ମିଳିବ।

କୁମ୍ଭ: ଯାନବାହନ କ୍ରୟ ଯୋଗ ଅଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ସୁଭାଷୀ ହେବେ। ଉତ୍ତମ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ଦର୍ଶନୀୟ, ଭୋଗୀ ଓ ତେଜୀୟାନ ହୋଇପାରନ୍ତି। ଦ୍ରବ୍ୟ ଲାଭ ହେବ। ଚଞ୍ଚଳ ଚେଷ୍ଟିତ ହେବେ।

ମୀନ: ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। ମାନ-ଅପମାନ ସବୁ କିଛି ସହି କାର୍ଯ୍ୟ କରି ଚାଲିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କବି କୀର୍ତ୍ତି ଅର୍ଜନ କରିପାରନ୍ତି। ଶାସ୍ତ୍ର ଲେଖାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ।

Comments are closed.