ମଙ୍ଗଳବାର ରାଶିଫଳ ( ୦୪. ୦୨. ୨୦୨୦ )

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ମର୍ଯାଦାପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶରେ ରହିବାକୁ ଇଚ୍ଛାପ୍ରକାଶ କରିବେ। ମଧୁରଭାଷୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।
ବୃଷ: ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧ କିମ୍ବା ମୋକଦ୍ଦମାରେ ବିଜୟୀ ହେବା ସହିତ ସରକାରୀ ଅର୍ଥ ମିଳିବ। ନୂଆବନ୍ଧୁଙ୍କ ସହାୟତା ପାଇଁ ମନ ପ୍ରଫୁଲ୍ଲିତ ହେବେ। ରୁଚିକର ଭୋଜନ ମିଳିବ। ଭଲ ଆୟ ହେବ।
ମିଥୁନ: ଅଧିକ ବ୍ୟୟ ମୁଣ୍ଡବ୍ୟଥାର କାରଣ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବା କଷ୍ଟପଦ ହୋଇପାରେ। ଥଣ୍ଡାକଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି।
କର୍କଟ: ଯାହାବି ହେବ, ତାହା ମଙ୍ଗଳଦାୟକ ହେବ। ଶୁଭ କାର୍ଯ୍ୟ ନିଜ ଅର୍ଜିତ ଧନବ୍ୟୟ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ।
ସିଂହ: ଅସାଧୁ ବ୍ୟକ୍ତିଙ୍କୁ ସୁସମାଧାନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହବୃଦ୍ଧି ପାଇବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟରୁ ଧନ ଅର୍ଜନ କରିପାରନ୍ତି। ଯଶସ୍ୱୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।
କନ୍ୟା: ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପତ୍ନୀ ଗୃହ କାର୍ଯ୍ୟରେ ଦକ୍ଷ ହେବେ।
ତୁଳା: ସାମାନ୍ୟ ଦେହ କଷ୍ଟ ଅନୁଭବ କରିବେ। ବାଧ୍ୟହୋଇ ଈଶ୍ୱର ସ୍ୱାଭିମାନୀ ହୋଇପାରନ୍ତି। ଈର୍ଷା ପରିତ୍ୟାଗ କଲେ, ଭଲ ମଣିଷ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସେବା କାର୍ଯ୍ୟରେ ନିଜକୁ ସାମିଲ କରିପାରନ୍ତି। ମନରେ ସାମୟିକ ଭାବେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀ ପରାମର୍ଶଦାତା ହେବେ।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ସୁଖ ମିଳିବ।
ମକର: ମିଶ୍ରିତ ଫଳ ମିଳିବ। ଭଲ ଓ ମନ୍ଦ ସମାନ୍ତରାଳ ଗତି କରିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।
କୁମ୍ଭ: ବାଦାନୁବାଦ ଉପୁଜିପାରେ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ଯୋଗୁଁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହୋଇପାରନ୍ତି।
ମୀନ: ଯେକୌଣସି କାର୍ଯ୍ୟରେ ହାତ ଦେଲେ ତାହା ଶୁଭପ୍ରଦ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।

Comments are closed.