ମଙ୍ଗଳବାର ରାଶିଫଳ (୧୧.୦୫.୨୦୨୧)

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ପୂଜ୍ୟ ହେବେ। ପର ସେବକ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଶାଳୀ ହେବା ଆଶା କରାଯାଏ। ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି କ୍ରୋଧ ସମ୍ବରଣ କଲେ ଶୁଭଫଳ ମିଳିବ।
ବୃଷ: ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଶ୍ରେଷ୍ଠ କର୍ମରେ ସେବା ପ୍ରତିପାଦିତ କରିବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶାସ୍ତଜ୍ଞ ହୋଇପାରନ୍ତି। ଧନବାନ୍‌ ହେବେ। ସତ୍‌ପଥଗାମୀ ହେବେ। ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ।
ମିଥୁନ: ଆଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସର୍ବଦା ସମୃଦ୍ଧ ରହିବେ। ନିଧିପ୍ରାପ୍ତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସରକାରୀ ଅର୍ଥ ମିଳିପାରେ। ବାସଗୃହ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତିମାନ ହେବେ। ଗୁଣବାନ ହୋଇପାରନ୍ତି। ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ପତ୍ନୀଙ୍କ ଅନୁଗତ ହେବେ।
ସିଂହ: ମଘା, ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବିଳାସୀ ହେବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। ବିଜୟୀ ସ୍ବଭାବର ହେବେ। ଜଣେ ମହାନ୍‌ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ପୂର୍ବାଫାଲ୍‌ଗୁନୀ ସ୍ବାଭିମାନୀ ହେବେ।
କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଯୁଗ୍ମ ବ୍ୟବସାୟରୁ ଭଲପାଇ ପାରିବେ। ପୁଣ୍ୟବାନ୍‌ ହେବେ। ବହୁମିତ୍ରଙ୍କ ସାନିଧ୍ୟ ଓ ସାହାଯ୍ୟ ପାଇବେ। ପତ୍ନୀଙ୍କ ଅଭିଷ୍ଠ ସିଦ୍ଧି ପାଇଁ ଯତ୍ନବାନ ହେବେ ଓ ଚିତ୍ରା ନକ୍ଷତ୍ରଜାତ ସାମାନ୍ୟ ଅସୁସ୍ଥ ରହିପାରନ୍ତି।
ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟବସାୟ ଭଲରେ ଚାଲିବ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। ସେବା ମନୋଭାବର ହୋଇପାରନ୍ତି। ଉତ୍ତମ ଭୋଜନରେ ଆପାୟିତ ହେବେ। ଶୁଭ କାର୍ଯ୍ୟ କରିପାରନ୍ତି। ଚିତ୍ରା ଓ ବିଶାଖା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ।
ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ କରିବା​‌େ​‌ର ବ୍ୟଗ୍ର ହେବେ। ଶତ୍ରୁକୁ ଦମନ କରି ଆଶ୍ବିସ୍ତ ହେବେ। ନିରୋଗ ଶରୀରଯୁକ୍ତ ହୋଇପାରନ୍ତି। ବିଶେଷ ସୁଖର ଅଧିକାରୀ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଧନବାନ୍‌ ହେବେ। ବ୍ୟବସାୟ ଭଲରେ ଚାଲିବ। ପୁତ୍ର ସନ୍ତାନର ଜନକ ହୋଇପାରନ୍ତି। ଅଭିମାନର ପରିସମାପ୍ତି ଘଟିବ। ଯାନ-ବାହନ ସୁଖ ମିଳିବ। ଲୋକାଦୃତ ହେବେ। ପୂର୍ବାଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବିବିଧ ଉପାୟ ଅବଲମ୍ବନ କରି ଧନପ୍ରାପ୍ତି ହେବେ। ସରକାରଙ୍କ ସେବା କ୍ଷେତ୍ରରୁ ଓ କୃଷିକର୍ମରେ ବିତ୍ତବାନ୍‌ ହୋଇପାରନ୍ତି। ହର୍ଷଯୁକ୍ତ ସୁଭାଷୀ ହେବେ। ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଓ ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରିୟବନ୍ଧୁ ଯୁକ୍ତ ହେବେ। ଜନପ୍ରିୟ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। କବି ଭାବେ କୀର୍ତ୍ତି ସ୍ଥାପନ କରିବେ। ପୁଣ୍ୟଦେହୀ ହୋଇପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମୀନ: ଉତ୍ତରାଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ବହୁ ବାଧା, ବିଘ୍ନକୁ ଏଡ଼ାଇ ବିତ୍ତବାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ନୀତନିଷ୍ଠ ହେବେ। ସହିଷ୍ଣୁ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଶୁଭ ଫଳ ପାଇବେ।

Comments are closed.