ଜେଏମ୍‌ଏମ୍‌ରେ ମିଶିଲେ ଲକ୍ଷ୍ମଣ ଟୁଡୁ

0

ବାରିପଦା : ବିଜେଡିରୁ ଇସ୍ତଫା ଦେଇଥିବା ମୟୂରଭଞ୍ଜ ଲୋକସଭାର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳରେ ସାମିଲ ହୋଇଛନ୍ତି। ରାଞ୍ଚିଠାରେ ବିଧାନସଭା ସମ୍ମିଳନୀ କକ୍ଷରେ ଚାଲିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ କମିଟି ବୈଠକରେ ଆଜି ଅପରାହ୍ଣ ସାଢେ ୫ଟା ସମୟରେ ଜେଏମଏମ ସୁପ୍ରିମୋ ତଥା କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ଶିବୁ ସୋରେନ ଓ କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଶ୍ରୀ ଟୁଡୁଙ୍କୁ ସ୍ୱାଗତ ଜଣାଇ ଦଳରେ ଗ୍ରହଣ କରିଛନ୍ତି। ଏହି ମିଶ୍ରଣ ସମୟରେ ଝାଡଖଣ୍ଡର ଜେଏମଏମ ବିଧାୟକ କୃଣାଳ ଷଡଙ୍ଗୀ, ଜେଏମଏମର ବରିଷ୍ଠ ନେତ୍ରୀ ଅଞ୍ଜନୀ ସୋରେନ ଏବଂ ଜେଏମଏମର ଓଡିଶା ସଭାପତି ମହେଶ ହେମ୍ବ୍ରମ, ସାଧାରଣ ସଂପାଦକ କଳିଙ୍ଗକେଶରୀ ଜେନା, ଜିଲା ସଭାପତି ଫାଗୁ ହାଁସଦା, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ନିମାଇଁ ତ୍ରିପାଠୀ, ରାଜେଶ ଦାସ, ବାଜୁନ ହାଁସଦା, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜେଏମଏମରେ ମିଶ୍ରଣ ପରେ ଶ୍ରୀଟୁଡୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ଆଦର୍ଶ ତଥା ଆଭିମୁଖ୍ୟ ନେଇ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି।

Leave A Reply