ତିନିବର୍ଷ ହେଲା ମରାମତି ହେଉଛି ; ତଥାପି ନଳକୂପରୁ ପାଣି ବାହାରୁନି

0

ସୁଆଣ୍ଡୋ: ପୁରୀ ଜିଲାର ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱରପୁର ପଞ୍ଚାୟତ ଶୁଳାମାଳ ଗ୍ରାମରେ ଦୁଇଶହ ଲୋକଙ୍କ ବ୍ୟବହାର ପାଇଁ ସରକାରଙ୍କ ତରଫରୁ ତିନିବର୍ଷ ତଳେ ନଳକୂପଟିଏ ବସା ଯାଇଥିଲା । ତେବେ ନଳକୂପ ବସିବା ଦିନଠାରୁ ଟୋପାଏ ପାଣି ବାହାରୁ ନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବାରୁ ଉକ୍ତ ନଳକୂପର ମରାମତି ପାଇଁ ପ୍ରତିବର୍ଷ ବ୍ଲକ ତରଫରୁ ଅର୍ଥ ମଞ୍ଜୁର କରାଯାଉଛି । ତିନିବର୍ଷ ହେଲା ଏପରି ନଳକୂପ ମରାମତି କାର୍ଯ୍ୟ ଚାଲିଛି ବୋଲି ଗାଁ ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।  ନଳକୂପଟି ତୁରନ୍ତ ସଚଳ କରି ସେମାନଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Leave A Reply