ପୂର୍ଣ୍ଣପ୍ରେକ୍ଷାଳୟରେ ଆଗେଇ ଚାଲିଛି ‘ତୁ ମୋ ଲଭ୍ ଷ୍ଟୋରୀ-୨’

ସମାଜ ଲାଇଭ୍ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ସ୍ୱରାଜ-ଭୂମିକା ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ ଲଭ୍ ଷ୍ଟୋରୀ-୨’ ସାରା ଓଡ଼ିଶାରେ ପୂର୍ଣ୍ଣପ୍ରେକ୍ଷାଳୟରେ ଆଗେଇ ଚାଲିଛି। ଗତ ବର୍ଷ ରଜ ପର୍ବ ଅବସରରେ ମୁକ୍ତିଲାଭ କରିଥିବା ତୁ ମୋ ଲଭ ଷ୍ଟୋରି-୧ ଭଳି ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ଏପଯ୍ୟନ୍ତ ସିନେମା ହଲରେ ଏହି ସିନେମାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଦେଖାଦେଇଛି। ଶୁଭେନ୍ଦୁ ସାହୁଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ବହନ କରିଛନ୍ତି ଓଲିଉଡର ଜଣାଶୁଣା ନିର୍ଦେଶକ ତାପସ ସରଘରିଆ। ଏହି ଚଳଚ୍ଚିତ୍ରରେ ଦୁଇଟି ଯୋଡ଼ି ସ୍ୱରାଜ-ଭୂମିକା ଏବଂ ସିଦ୍ଧାନ୍ତ-ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଛି। ପରଦାରେ ସ୍ୱରାଜ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ବହୁଦିନର ବ୍ୟବଧାନ ପରେ ଓଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରିଥିବା ସିଦ୍ଧାନ୍ତ-ଅନୁ ଚୌଧୁରୀଙ୍କ ଯୋଡ଼ି ଓ ସେମାନଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି।

Comments are closed.