ତାମିଲନାଡୁ ପାୱାର ପ୍ଲାଣ୍ଟରେ ବିସ୍ପୋରଣ : ୭ ଆହତ

ଚେନ୍ନାଇ : ତାମିଲନାଡୁର ଏକ ଥର୍ମାଲ ପାୱାର ଷ୍ଟେସନ-୨ରେ ବିସ୍ପୋରଣ ଘଟି ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ନେବେଲି ଅଂଚଳରେ ଥିବା ଏନଏଲସି ଥର୍ମାଲ ପାୱାର ପ୍ଲାଣ୍ଟରେ ବଏଲର ବିସ୍ପୋରଣ ହୋଇଥିଲା। ଏହି ବିସ୍ପୋରଣରେ ୭ ଜଣ ଆହତ ହୋଇଛନ୍ତି। ବିସ୍ପୋରଣର କାରଣ କ’ଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏହି ପାୱାର ଷ୍ଟେସନରେ ୭ଟି ୟୁନିଟ ରହିଛି। ପ୍ରତ୍ୟେକ ୟୁନିଟର କ୍ଷମତା ୨୧୦ ମେଗାୱାଟ ହୋଇଥିବା ବେଳେ ୩ଟି କାର୍ଯ୍ୟ କରୁଥିଲା।

 

Comments are closed.