ତିରୁପତି ବାଲାଜୀଙ୍କ ମନ୍ଦିରରୁ ତିନୋଟି ଦେଢ କିଲୋ ଓଜନ ସୁନା ମୁକୁଟ ଚୋରି

0

ତିରୁପତି ..- ତେଲେଙ୍ଗାନାର  ତିରୁମାଲା ସପ୍ତଗିରିରେ ଥିବା ପ୍ରସିଦ୍ଧ ବିଷ୍ଣୁମନ୍ଦିର ତିରୁପତି ବାଲାଜୀଙ୍କ ମନ୍ଦିରରୁ ତିନୋଟି ସୁନା ମୁକୁଟ ଚୋରି ହୋଇଯାଇଛି । ବିଭିନ୍ନ ପର୍ବ ପର୍ବାଣୀରେ ବାହାରକୁ ବାହାରୁଥିବା ଚଳନ୍ତି ପ୍ରତିମା ଶ୍ରୀ ଗୋବିନ୍ଦରାଜ ସ୍ୱାମୀଙ୍କର ତିନୋଟି ମୁକୁଟ ଚୋରି ହୋଇଯାଇଥିବା ଜଣା ପଡିଛି । ଶନିବାର ସନ୍ଧ୍ୟାରେ ନୀତିକାନ୍ତି ପାଇଁ  ଅଧଘଣ୍ଟା ପାଇଁ ମନ୍ଦିରର ଦ୍ୱାର ବନ୍ଦ ହୋଇଥିଲା । ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ବେଳେ ଏହି ମୁକୁଟ ଚୋରି ହୋଇଯାଇଥିବା ଜଣା ପଡିଥିଲା ।

ମନ୍ଦିରର କୌଣସି କର୍ମଚାରୀ ଏହାକୁ ଚୋରି କରିଥିବା  ପୁଲିସ ପକ୍ଷରୁ ଅନୁମାନ କରାଯାଉଛି । ଚୋରି ମୁକୁଟ ଉଦ୍ଧାର ପାଇଁ ପୁଲିସ ୨ଟି ଦଳ ଗଠନ କରିଛି ।  ଚୋରି ହୋଇଥିବା  ତିନୋଟି ସୁନାମୁକୁଟର ଓଜନ ଦେଢକିଲୋରୁ ଅଧିକ ।

Leave A Reply