ଖାଦ୍ୟ ରୁଚି ଓ ସ୍ବାଦ ପରିବର୍ତନ କରୋନା ସଂକ୍ରମଣକୁ କରିପାରେ ନିମନ୍ତ୍ରଣ

ୱାଶିଂଟନ୍‌: ବଦଳୁଛି ଜୀବନଶୈଳୀ । ସେହି ଅନୁପାତରେ ଲୋକଙ୍କ ବଦଳି ଯାଉଛି ଲୋକଙ୍କ ଚାଲିଚଳଣ ଓ ଖାଦ୍ୟାଭ୍ୟାସ ପ୍ରକ୍ରିୟା। ପାରମ୍ପରିକ ଖାଦ୍ୟା ଅପେକ୍ଷା ଅନେକଙ୍କ ପସନ୍ଦ ଫାଷ୍ଟଫୁଡ୍‌ । ଆଧୁନିକତାରେ ଦ୍ବାହି ଦଇ ଅନେକ ବଦଳାଇ ଦେଉଛନ୍ତି ସେମାନଙ୍କ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ। ଏହି ଖାଦ୍ୟାଭ୍ୟାସ ପରିବର୍ତ୍ତନ ଦ୍ବାରା ବିଭିନ୍ନ ପେଟ ରୋଗ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ନୂଆ କରି ସର୍ବେକ୍ଷଣ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେଉଁମାନେ ନିଜର ଖାଦ୍ୟାଭ୍ୟାସ ନିୟମିତ ଭାବେ ପରିବର୍ତ୍ତନ କରୁଛନ୍ତି ଏବଂ ପାରମ୍ପରିକ ବଦଳରେ ଫାଷ୍ଟଫୁଡ୍‌ ଓ ଜଙ୍କ ଖାଦ୍ୟ ଖାଇବାରେ ରୁଚି ରଖୁଛନ୍ତି ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିପାରେ। କାରଣ ଖାଦ୍ୟାଭ୍ୟାସ ପରିବର୍ତ୍ତନ କରୋନା ଭୂତାଣୁ ଲକ୍ଷଣ ହୋଇପାରି ବୋଲି ଗବେଷଣାରୁ ଜଣାପଡ଼ିଛି।
ୱାଶିଂଟନ୍‌ ଗ୍ୟାଷ୍ଟ୍ରୋଣ୍ଟେରୋଲୋଜି ଜର୍ଣ୍ଣାଲ୍‌ ଦ୍ବାରା ସର୍ବେକ୍ଷଣ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ଯେ କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କଠାରେ ପେଟ ରୋଗ ଓ ଅନ୍ୟାନ୍ୟ ଗୁରୁତର ରୋଗ ଦେଖିବାକୁ ମିଳୁଛି। ଫଳରେ କୋଭିଡ୍‌-୧୯ ଚିକିତ୍ସା ସମୟରେ ସେମାନଙ୍କୁ ଖାଇବା ଓ ପିଇବାକୁ ରୁଚି ଲାଗୁ ନାହିଁ। ପେଟରେ ଗ୍ୟାସ୍‌ ଭର୍ତ୍ତି ହୋଇଯାଉଛି। ୫୦ ପ୍ରତିଶତ କରୋନା ରୋଗୀଙ୍କଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଫଳରେ ଅନେକ ରୋଗୀ ଗୁରୁତର ହୋଇଯାଉଛନ୍ତି ଓ ସେମାନଙ୍କୁ ସଫଳ ଚିକିତ୍ସା ପ୍ରଦାନ କରିବା ସହଜ ହେଉନାହିଁ।
ବିଶେଷଜ୍ଞମାନଙ୍କ ଦ୍ବାରା ପୂର୍ବରୁ କରାଯାଇଥିବା ଗବେଷଣାରେ ଦର୍ଶାଯାଇଛି ଯେ କାଶ, ଜ୍ବର, ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ଆଦି କରୋନା ଭୂତାଣୁ ଲକ୍ଷଣ ଅଟେ। ତେବେ ବର୍ତ୍ତମାନ ଖାଦ୍ୟାଭ୍ୟାସ ପରିବର୍ତ୍ତନ ଦ୍ବାରା ଦେଖା ଦେଇଥିବା ପେଟ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତର ରୋଗ କରୋନା ଭୂତାଣୁ ଲକ୍ଷଣ ହୋଇପାରେ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍‌ ଟୋଲେଡୋର ମହମ୍ମଦ ଅଜିଜ୍‌ ପ୍ରକାଶ କରିଛନ୍ତି।
ବିଶ୍ବରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ ରୋଗୀଙ୍କ ଖାଦ୍ୟ ରୁଚିକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। କରୋନା ସଂକ୍ରମିତ ରୋଗୀଙ୍କୁ ଖାଦ୍ୟପାନୀୟ ଅରୁଚି କ’ଣ ପାଇଁ ଲାଗୁଛି ତାହାର କାରଣ ଖୋଜିବାକୁ ପ୍ରୟାସ ହୋଇଥିଲା। ଏଥିପାଇଁ ୮୧୭ଜଣ ରୋଗୀଙ୍କୁ ନେଇ ସର୍ବେକ୍ଷଣ ହୋଇଥିଲା। ସେମାନଙ୍କ ମଧ୍ୟରୁ ୪୯.୮ ପ୍ରତିଶତ ରୋଗୀଙ୍କୁ ଖାଦ୍ୟଭ୍ୟାସ ପରବର୍ତ୍ତନ ଦ୍ବାରା ଅରୁଚି ଲାଗୁଥିବା ଦେଖାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାଶ, ଜ୍ବର, ନିଃଶ୍ବାସ ପ୍ରଶ୍ବାସ ନେବା କଷ୍ଟ ଅନୁଭବ ହେବା ଭଳି ଲକ୍ଷଣ ଦେଖିବାକୁ ମିଳୁନଥିଲେ ମଧ୍ୟ ସେମାନଙ୍କଠାରେ କରୋନା ପଜିଟିଭ୍‌ ମିଳିଥିଲା। ଫଳରେ ଖାଦ୍ୟାଭ୍ୟାସ ପରିବର୍ତ୍ତନ ଏବଂ ଖାଦ୍ୟପାନୀୟ ଗ୍ରହଣରେ ରୁଚି ନ ଲାଗିବା ମଧ୍ୟ କରୋନା ଭୂତାଣୁ ଲକ୍ଷଣ ବୋଲି ଜଣାପଡ଼ିଛି। କାରଣ ଖାଦ୍ୟାଭ୍ୟାସ ପରିବର୍ତ୍ତନ ଦ୍ବାରା ହିଁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ କରୋନା ଭୂତାଣୁ ବ୍ୟାପିଥାଏ ବୋଲି ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି।

Comments are closed.