ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ ;ଲୁଟେରା ଭାଙ୍ଗିଲେ ସିସିଟିଭି

ଦେବଗଡ଼ : ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଟ ହେଉଥିବା ଭଳି ଘଟଣା ସାମ୍ନାକୁ ଆସୁଛି। ଦେବଗଡ଼ ଜିଲା ବଳମସ୍ଥିତ ଏକ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଲୁଟ ଉଦ୍ୟମ କରିଥିଲେ। ମାତ୍ର ସଠିକ ସମୟରେ ସାଇରନ ବାଜିବାରୁ ସେମାନଙ୍କ ଲୁଟ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିବା ସହ ପ୍ରମାଣ ନଷ୍ଟ ପାଇଁ ବ୍ୟାଙ୍କରେ ଥିବା ସିସିଟିଭ କ୍ୟାମେରା ନଷ୍ଟ କରି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟାଙ୍କରୁ ଟଙ୍କା ଲୁଟ ହୋଇ ନାହିଁ ବୋଲି ସୂଚନା ମିଳିଛି।

Comments are closed.