ରାଜଧାନୀରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର କଟକ ରୋଡରେ ଦୁର୍ବୃତ୍ତଙ୍କ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ଶନିବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯିବା ସହ ୪ ଜଣଙ୍କୁ କମିଶନରେଟ ପୁଲିସ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଲୁଟେରାମାନେ କଟକ ରୋଡସ୍ଥିତ ଏଟିଏମକୁ ଭାଙ୍ଗି ଲୁଟ କରିଥିବା ବେଳେ ଘଟଣାସ୍ଥଳରୁ ସ୍ଥାନୀୟଲୋକେ ଜଣଙ୍କୁ କାବୁ କରିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ପୁଲିସ ଜିମା ଦେବା ସହ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.