ଟ୍ରମ୍ପ ଟାୱାରରେ ଅଗ୍ନିକାଣ୍ଡ; ଜଣେ ମୃତ

0

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କସ୍ଥିତ ଟ୍ରମ୍ପ ଟାୱାରରେ ରବିବାର ଅଗ୍ନିକାଣ୍ଡ ଘଟି ଜଣେ ପ୍ରାଣ ହରାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ୫୦ତମ ମହଲାରେ ନିଆଁ ଲାଗିଥିବାବେଳେ ଦଶଟି ଦମକଳ ଗାଡି ଚାରି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହେଉଛନ୍ତି ଏହି ଟାୱାରର ମାଲିକ। ତେବେ ଦୁର୍ଘଟଣା ସମୟରେ ଟ୍ରମ୍ପ ପରିବାରର କୌଣସି ସଦସ୍ୟ ଉକ୍ତ ଟାୱାରରେ ଉପସ୍ଥିତ ନ ଥିଲେ।

Leave A Reply