ମସ୍କୋ ଗସ୍ତରେ ଯିବେ ଟ୍ରମ୍ପ୍‍

0

ଜୋହାନ୍‍ସବର୍ଗ:ମସ୍କୋ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ରୁଷ୍‍ ରାଷ୍ଟ୍ରପତିଙ୍କଠାରୁ ଆନୁଷ୍ଠାନିକ ଆମନ୍ତ୍ରଣ ପାଇବା ପରେ ମସ୍କୋ ସେ ଗସ୍ତ କରିବେ ବୋଲି ହ୍ୱାଇଟ୍‍ ହାଉସ୍‍ ପ୍ରେସ୍‍ ସଚିବ ସାରା ସାଣ୍ଡର୍ସ କହିଛନ୍ତି। ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ଶିଖର ବୈଠକ ପରେ ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଛି।

ତେଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମସ୍କୋ ଗସ୍ତ କରିବାକୁ ସେ ଆମନ୍ତ୍ରଣ ଜଣାଇଛନ୍ତି ବୋଲି ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁତିନ୍‍ କହିଛନ୍ତି। ଜୋହାନ୍‍ସବର୍ଗରେ ବ୍ରିକ୍ସ ନେତାମାନଙ୍କର ଶିଖର ବୈଠକ ପରେ ଶୁକ୍ରବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ପୁତିନ୍‍ ଏହା କହିଛନ୍ତି। ଆସନ୍ତା ବର୍ଷ ଶ୍ରୀ ପୁତିନ୍‍ ଓ ଶ୍ରୀ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ପାଇଁ ଆମେରିକା ପ୍ରଶାସନ ପକ୍ଷରୁ ବିଳମ୍ବ କରାଯିବା ନେଇ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଅନ୍ୟ ପକ୍ଷରେ ୱାଶିଂଟନ୍‍ ଗସ୍ତ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଶ୍ରୀ ପୁତିନ୍‍ କହିଛନ୍ତି। ତେବେ ଟ୍ରମ୍ପ୍‍ଙ୍କ ମସ୍କୋ ଗସ୍ତ ପରେ ହିଁ ସେ ୱାଶିଂଟନ୍‍ ଗସ୍ତରେ ଯିବେ ବୋଲି ଶ୍ରୀ ପୁତିନ୍‍ କହିଛନ୍ତ।

Leave A Reply