ପାକିସ୍ତାନ ଆମେରିକା ପାଇଁ କିଛି କରି ନାହିଁ, ଡୋନାଲ୍ଡ ଟ୍ରମ୍ପ

0

ଓ୍ୱାଶିଂଟନ . –  ଆମେରିକା ବହୁ ଦଶନ୍ଧି ଧରି ପାକିସ୍ତାନକୁ ଆର୍ଥିକ ଓ ସାମରିକ ସହାୟତା ଦେଇ ଆସୁଥିଲା । ମାତ୍ର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଆମେରିକା ପାକିସ୍ତାନକୁ ଦେଉଥିବା ଆର୍ଥିକ ସହାୟତା ବନ୍ଦ କରିଛି । ପାକିସ୍ତାନ ଆମେରିକା ପାଇଁ ଟିକିଏ ହେଲେ କିଛି କରି ନାହିଁ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।  ପାକିସ୍ତାନ ସରକାର ଓସମା ବିନ୍‌ ଲାଡେନ୍‌କୁ ସହାୟତା ଦେଇଥିଲା ବୋଲି ସେ କହିଛନ୍ତି ।

ଆମେରିକା ପାକିସ୍ତାନକୁ ଏକଲକ୍ଷ ଚାଳିଶ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛି ।  ମାତ୍ର ପାକିସ୍ତାନ ଆତଙ୍କବାଦକୁ ବନ୍ଦ କରିବା ପରିବର୍ତ୍ତେ ତାକୁ ପ୍ରୋତ୍ସାହନ ଦେଇଥିବା କଥା ସେ ଅଭିଯୋଗ କରିଛନ୍ତି ।

Leave A Reply