ଭାରତ ସମେତ ୫ଦେଶକୁ ଟ୍ରମ୍ପଙ୍କ ଚେତାବନୀ

ନୂଆଦିଲ୍ଲୀ : ଟ୍ରମ୍ପ ପ୍ରଶାସନ ଚୀନ, ଭାରତ ,ଜାପାନ, ଦକ୍ଷିଣ କୋରିଆ ଓ ତୁର୍କି ଉପରେ  ଇରାନରୁ ତୈଳ ଆମଦାନୀ ପ୍ରସଙ୍ଗରେ ଚାପ ପକାଇବା  ଆରମ୍ଭ କରିଛି ।  ଏହି ୫ଟି ଦେଶ ଇରାନରୁ ଅଶୋଧିତ ତୈଳ ଆମଦାନୀ ବନ୍ଦ ନ କରନ୍ତି ତେବେ ସେମାନଙ୍କୁ ଆମେରିକାର ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଛି  । ଇରାନରୁ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକା କଟକଣା ଲାଗୁ କରିଥିଲା । ମାତ୍ର  କେତେକ ଦେଶ ପାଇଁ ଏହି କଟକଣା କୋହଳ କରିଥିଲା । ଏହା ମେ ୨ ତାରିଖରେ ଶେଷ ହେବ।

କେଉଁ ଦେଶକୁ ଇରାନରୁ ତେଲ କିଣିବା ପାଇଁ ଅତିରିକ୍ତ ସମୟ ମିିଳିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ। ସୂଚନାଯୋଗ୍ୟ ଯେ ପୂର୍ବ ବର୍ଷ ନଭେମ୍ବରରେ ଇଟାଲୀ, ୟୁଆନ ଓ ତାଇବାନ ଇରାନରୁ ତୈଳ କିଣିବା ବନ୍ଦ କରିଦେଇଛନ୍ତି । ତେବେ ଇରାନ୍‌ରୁ ତୈଳ ଆମଦାନୀ କଲେ ଆମେରିକା ଲଗାଇଥିବା କଟକଣାର ସାମ୍ନା କରିବାକୁ ପଡିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.