ଭାରତ ଅଭିମୁଖେ ଡୋନାଲ୍ଡ ଟ୍ରମ୍ପ, କହିଲେ ଭାରତୀୟମାନଙ୍କୁ ଭେଟିବାକୁ ଉତ୍ସାହିତ

ସମାଜ ପୋର୍ଟାଲ ଡେସ୍କ : ଦୁଇ ଦିନିଆ ଭାରତ ଗସ୍ତ ପାଇଁ ଆମେରିକାରୁ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ ହାଉସ୍ ପକ୍ଷରୁ ଏକ ଟ୍ବିଟ କରାଯାଇ ଏହି ସୂଚନା ଦିଆଯାଇଛି। ହ୍ବାଇଟ୍ ହାଉସ୍ ପକ୍ଷରୁ ଟ୍ବିଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଆସୁଛନ୍ତି। ଟ୍ରମ୍ପ ହ୍ବାଇଟ୍ ହାଉସରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବିମାନ ବନ୍ଦର ଅଭିମୁଖେ ବାହାରିଛନ୍ତି। ଏହାପରେ ଟ୍ରମ୍ପ ସ୍ବତନ୍ତ୍ର ବିମାନ ‘ଏୟାରଫୋର୍ସ ୱାନ’ ଯୋଗେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପ ଭାରତୀୟମାନଙ୍କୁ ଭେଟିବାକୁ ଉତ୍ସାହିତ ଥିବା କହିଛନ୍ତି ଏବଂ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ଜଣେ ଉତ୍ତମ ବନ୍ଧୁ ବୋଲି କହିଛନ୍ତି। ସୋମବାର ସକାଳ ୧୧ଟା ୪୦ରେ ଗୁଜୁରାଟ ଅହମଦାବାଦ ଏୟାରପୋର୍ଟରେ ପତ୍ନୀଙ୍କ ସହ ପହଞ୍ଚିବେ ଟ୍ରମ୍ପ।

Comments are closed.