‘କରୋନା’କୁ ସଂକ୍ରାମକ ରୋଗ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଫଳରେ ଏହାର ମୁକାବିଲା ପାଇଁ ୫ ହଜାର କୋଟି ଡଲାର ଅର୍ଥରାଶି ଉପଲବ୍ଧ ହୋଇପାରିବ। ଏହା ପୂର୍ବରୁ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ୨୦୦୦ ମସିହା​‌ରେ ପଶ୍ଚିମ ନୀଳ ଭୂତାଣୁର ମୁକାବିଲା ଏଭଳି ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ଟ୍ରମ୍ପ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ଆଗାମୀ ସପ୍ତାହରେ ଆମ ସମସ୍ତଙ୍କୁ ପରିବର୍ତ୍ତନ ଏବଂ ତ୍ୟାଗ କରିବାକୁ ପଡ଼ିବ। ଆମେ ଏହି ସ୍ବଳ୍ପକାଳୀନ ତ୍ୟାଗ ବଳରେ ଦୀର୍ଘକାଳୀନ ଲାଭ ହାସଲ କରିପାରିବା। ଆଗାମୀ ୮ ସପ୍ତାହ ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ରାଜ୍ୟଗୁଡ଼ିକ ଏହି ଭୂତାଣୁର ମୁକାବିଲା ପାଇଁ ଜରୁରିକାଳୀନ କେନ୍ଦ୍ର ସ୍ଥାପନ କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସମସ୍ତ ରାଜ୍ୟକୁ ନିବେଦନ କରିଥିଲେ।

Comments are closed.