ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରିକଲା ଇରାନ; ଲୋଡ଼ିଲା ଇଣ୍ଟରପୋଲ ସହାୟତା

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ ଟମ୍ପଙ୍କ ଗିରଫଦାରୀରେ ସହଯୋଗ କରିବାକୁ ଇଣ୍ଟରପୋଲକୁ ମଧ୍ୟ ଇରାନ ଅନୁରୋଧ କରିଛି । ଟମ୍ପଙ୍କ ନିର୍ଦେଶରେ ଇରାନରେ ଡ଼୍ରୋନ୍ ଷ୍ଟ୍ରାଇକ୍ କରାଯିବା ଏବଂ ଏଥିରେ ଜେନେରାଲ ସୁଲେମାନୀଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ଇରାନ ଏହି ଗିରଫ ପରୱାନା ଜାରି କରିଥିବା କୁହାଯାଉଛି ।

ଇରାନ ସରକାରଙ୍କ ଓକିଲ ଅଲୀ ଅଲକ୍ୱାସିମେହରଙ୍କ ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଓ ଅନ୍ୟ ୩୦ ଜଣଙ୍କୁ ଇରାନ ପକ୍ଷରୁ ଜୁନ୍‌ ୩ ଏୟାର ଷ୍ଟ୍ରାଇକ ପାଇଁ ଦାୟୀ କରାଯାଇଛି। ଏହି ଷ୍ଟ୍ରାଇକରେ ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ଟ୍ରମ୍ପ ଓ ଅନ୍ୟ ୩୦ ଜଣଙ୍କ ନାଁରେ ହତ୍ୟା ଓ ଆତଙ୍କବାଦ ଭଳି ଅପରାଧିକ କାର୍ଯ୍ୟକଳାପ ନିମନ୍ତେ ଅଭିଯୋଗ ଅଣା ଯାଇଥିଲା । 

ଏବେ ସେମାନଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି। ଆମେ ଇଣ୍ଟରପୋଲକୁ ମଧ୍ୟ ଟ୍ରମ୍ପଙ୍କୁ ଅଟକ ରଖିବାରେ ସହଯୋଗ କରିବାକୁ କହିଛୁ।  ଇଣ୍ଟରପୋଲ ତୁରନ୍ତ ସମସ୍ତଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ଦରକାର ବୋଲି ଅଲୀ ଅଲକ୍ୱାସିମେହର କହିଛନ୍ତି।

Comments are closed.