ଆମେରିକାବାସୀ ଆଗାମୀ ଦିନ ପାଇଁ ପ୍ରସ୍ତୁତ ରୁହନ୍ତୁ – ଟ୍ରମ୍ପ

ସମାଜ ପୋର୍ଟାଲ ଡେସ୍କ: ଆମେରିକା ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ୍‍ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଆମେରିକାବାସୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେବ। ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ତୀବ୍ରତର ହେବା ସହ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‍ କହିଛନ୍ତି, ଆମେରିକାବାସୀ ଆଗାମୀ ଦିନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ ଲୋକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଏହି ଅଦୃଶ୍ୟ କରୋନା ମହାମାରି ବିରୋଧରେ ଲଢ଼େଇ ଜାରି ରଖିବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ପୂର୍ବରୁ କୌଣସି ପରିସ୍ଥିତିରେ ଆମେରିକା ଏଭଳି ପରିସ୍ଥିତିର ସାମ୍ନା କରିନଥିବା ଟ୍ରମ୍ପ୍‍ କହିଛନ୍ତି। ସମସ୍ତଙ୍କ ଭିତରେ ଦୃଢ଼ତା ଏବଂ ସୁସମ୍ପର୍କ ରହିଲେ ସାମୁହିକ ଭାବରେ ଏହି ମହାମାରୀର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି।

Comments are closed.